
ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି । ବଣ୍ଡା ଘାଟିରେ ଥିବା ଆବାସିକ ଛାତ୍ରୀ ବିଦ୍ୟାଳୟ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ରକ୍ତ ହୀନତା ଶିକାର ହେଉଥିବା ଏବଂ ଦୃଷ୍ଟି ଶକ୍ତିର ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ତେଣୁ ରାଜଭବନ ପକ୍ଷରୁ ଛାତ୍ରୀମାନଙ୍କୁ ପ୍ରତ୍ୟେକ ଦିନ ବିଟ, ଗାଜର ସହ ଦୁଇ ପ୍ୟାକେଟ ଚିକି ଦେବାପାଇଁ ଛାତ୍ରୀମାନଙ୍କୁ କହିଛନ୍ତି ରାଜ୍ୟପାଳ ।
ଏହା ସହ ଘାଟିରେ ଥିବା ପୌରାଣିକ କିମ୍ବଦନ୍ତୀ ସୀତାକୁଣ୍ଡ ଗସ୍ତ କରିବା ସହ ଏହାର ଊନ୍ନତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶେଷରେ ଏକ ସଭାରେ ଗୋଟି ଗୋଟି ବଣ୍ଡାଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବଣ୍ଡାଙ୍କ ପାରମ୍ପରିକ ଅଳଙ୍କାର ବୁଲି ଦେଖିଥିଲେ ।
ବଣ୍ଡା ଜନଜାତି ରାଜ୍ୟପାଳଙ୍କୁ ନିଜ ପାଖରେ ପାଇବା ସହ ସେମାନଙ୍କ ସମସ୍ୟା ଜଣାଇ ବେଶ୍ ଖୁସି ହୋଇଥିଲେ ।