
ଯାଜପୁର/ପଟ୍ଟାମୁଣ୍ଡାଇ: ନେପାଳରେ କଲଵଲ ଓଡ଼ିଆ । ଫସିଲେ ନେପାଳରେ ଭାରତ ଫେରିବା ପାଇଁ ନିବେଦନ କଲେ । କେଉଁଠି ବୁଲିବାକୁ ଯାଇ ହଟହଟା ହୋଇଛନ୍ତି ଓଡ଼ିଆ ପର୍ଯ୍ୟଟକ ତ ଆଉ କେଉଁଠି ଦିନ ମଜୁରିଆ ଫସି ରହିଲେଣି । ପର୍ଯ୍ୟଟକଙ୍କୁ ନେଇଥିବା ଟ୍ରାଭେଲ ଏଜେନ୍ସି ଫେରାର ହୋଇଯାଇଥିବା ବେଳେ ଖଟିଖିଆ ଦିନ ମଜୁରିଆ ବାହାରକୁ ବାହାରି ପାରୁନାହାନ୍ତି । କଣ କରିବେ ଆଉ କେମିତି ଆସିବେ ? ହଁ ଦର୍ଶକବନ୍ଧୁ ନେପାଳରେ ଫସିଛନ୍ତି ଯାଜପୁରର ୨୩ ଜଣ ଓଡିଆ ପର୍ଯ୍ୟଟକ ଓ ପଟ୍ଟାମୁଣ୍ଡାଇର କିଛି ଦିନ ମଜୁରିଆ । ୨୩ ଓଡିଆ ପର୍ଯ୍ୟଟକମାନେ ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇ ଫସିଛନ୍ତି । ନେପାଳରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି । ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥ୍ବା ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଉଛି । ଏଥିପାଇଁ ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିବା ୨୩ଜଣ ଯାଜପୁର ଅଞ୍ଚଳର ତୀର୍ଥଯାତ୍ରୀ ଫସି ରହିଛନ୍ତି । ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ତେବେ ଆଜି ସେମାନେ ଭାରତ ଫେରୁଛନ୍ତି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ପଶୁପତିନାଥ ଦର୍ଶନ ସହ ଆଉ କିଛି ପଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥିଲେ । ଟ୍ରାଭେଲ୍ ସଂସ୍ଥା ଫେରାର ହୋଇ ଯାଇଥିବା ବେଳେ ୨ ଦିନ ହେଲା କାଠମାଣ୍ଡୁର ଏକ ହୋଟେଲରେ ରହିଛନ୍ତି ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ସମସ୍ତ ପଯ୍ୟଟକ ଯାଜପୁର ବ୍ଲକ ମାଲଆନନ୍ଦପୁର ପଞ୍ଚାୟତ ଅଞ୍ଚଳର ।ତେବେ ଆଜି ସେମାନେ ଭାରତ ଫେରୁଥିବା ସୂଚନା ମିଳିଛି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ନେପାଳରୁ ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ପଶୁପତିନାଥ ଦର୍ଶନ ସହ ଆଉ କିଛି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥିଲେ ସମସ୍ତେ । ଟ୍ରାଭେଲ୍ ସଂସ୍ଥା ଫେରାର ହୋଇ ଯାଇଥିବାରୁ ୨ ଦିନ ହେଲା କାଠମାଣ୍ଡୁର ଏକ ହୋଟେଲରେ ଫସି ରହିଛନ୍ତି ।
ଅନ୍ୟପଟେ ପଟ୍ଟାମୁଣ୍ଡାଇର ଖଡିପାଳ, ବାଲିପାଟଣା, ପୋଖରୀଆପଡା, ତରଡିପାଳ, ଦାଣ୍ଡିସାହି ଅଞ୍ଚଳରୁ ବହୁ ଯୁବକ ଅଟକି ରହିଛନ୍ତି । ବାହାରକୁ ବାହାରିପାରୁନାହାନ୍ତି କିମ୍ବା ନିଜ ଗାଁ କୁ ଆସିପାରୁନାହାନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି ।
ସେପଟେ ଗତକାଲି ମଧ୍ୟ ୩ ଓଡିଆ ନେପାଳରେ ଫସିଥିବା ଖବର ମିଳିଥିଲା । କାଠମାଣ୍ଡୁରେ କୁହୁଳୁଥିବା ବିଦ୍ରୋହର ନିଆଁ ଏବଂ ହିଂସା ପରି ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଓଡିଶାର ୩ ଜଣ ଯୁବକ ଫସିଥିବା ଖବର ଆସିଥିଲା । ୩ ଯୁବକ ଭୁବନେଶ୍ବରର, ସେମାନେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଯାଇଥିଲେ । ମାତ୍ର ହିଂସା ପାଇଁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଥିବା ବେଳେ ସେମାନେ ହିମାଳୟା ହୋଟେଲରେ ରହିଛନ୍ତି ।