ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା

youtube

ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା । ଟର୍ଣ୍ଣିଂ ପଏଣ୍ଟ USA ର ପ୍ରତିଷ୍ଠାତା ହେଉଛନ୍ତି ୩୧ ବର୍ଷୀୟ ଚାର୍ଲି କିର୍କ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତା ଭାଲି ବିଶ୍ବ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏକ ଧଳା ରଙ୍ଗର ଟେଣ୍ଟ ତଳେ ଭାଷଣ ଦେବା ବେଳେ ତାଙ୍କ ଦେହରେ ବାଜିଥିଲା ଗୁଳି । ପାଖରେ ଥିବା ଏକ ବିଲ୍ଡିଂରୁ ଗୁଳି ଶବ୍ଦ ଶୁଣାଯାଇଥିଲା ।

ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ । ଆକ୍ରମଣକାରୀକୁ ଧରିବା ପାଇଁ ଆମେରିକା ପୋଲିସ ଛାନବିନ ଚଳାଇଛି । ଜଣେ ସଂଦିଗ୍ଧକୁ ଅଟକ ରଖାଯାଇଛି । ଏଥିର ଟ୍ରମ୍ପ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ସମସ୍ତଙ୍କର ପ୍ରିୟ ଏବଂ ପ୍ରଶଂସାର ପାତ୍ର ଥିଲେ ବୋଲି କହିଛନ୍ତି ଟ୍ରମ୍ପ ।

Leave A Reply

Your email address will not be published.