
ୟେମେନ: ବୁଧବାର ଦିନ ୟେମେନର ରାଜଧାନୀ ସାନାରେ ଇସ୍ରାଏଲୀ ସେନାର ବିମାନ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଅତି କମରେ ୩୫ ଜଣ ହାଉତିଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ କରି କରାଯାଇଥିଲା । ହାଉତି ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ ୟେମେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଜେ ୩୫ ଜଣଙ୍କ ମୃତ୍ୟୁର ନିଶ୍ଚିତ କରିଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଅଧିକାଂଶ ମୃତ୍ୟୁ ରାଜଧାନୀ ସାନାରେ ଘଟିଛି, ଯେଉଁଠାରେ ସାମରିକ ମୁଖ୍ୟାଳୟ ଏବଂ ଏକ ଇନ୍ଧନ ଷ୍ଟେସନ୍ ବିମାନ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା । ବିମାନ ଆକ୍ରମଣରେ ଆହତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି ଏବଂ ଅନେକଙ୍କ ଅବସ୍ଥା ଗୁରୁତର ରହିଛି, ଯାହା ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ରାଜଧାନୀରେ ସାଧାରଣ କାର୍ଯ୍ୟକଳାପ ଚାଲିଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା । ହଠାତ୍ ଆକ୍ରମଣ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ହସ୍ପିଟାଲଗୁରେ ଆହତ ଲୋକଙ୍କର ଭିଡ଼ ଜମିଥିଲା ।
ଏହି ଘଟଣା ପରେ, ଅନ୍ତର୍ଜାତୀୟ ସମୁଦାୟ ଏହି ହିଂସା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ସଂଯମ ରହିବାକୁ ନିବେଦନ କରିଛନ୍ତି । ମିଳିତ ଜାତିସଂଘ ଉଭୟ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଆହ୍ୱାନ କରିଛି । ବର୍ତ୍ତମାନ, ୟେମେନର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପରିସ୍ଥିତି ଉପରେ ମଧ୍ୟ ନଜର ରଖିଛନ୍ତି ।