ଆସନ୍ତା ୧୭ରେ ରାଜଭବନ ଆଗରେ ଧାରଣା ଦେବ ବିଜେଡି

youtube

ଭୁବନେଶ୍ୱର: ରାଜ୍ୟରେ ସାର ସଙ୍କଟକ୍‌ୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । କେଉଁଟି ଲମ୍ବ ଲାଇନ ଲଗାଇ ଚାଷୀ ଛିଡା ହେଉଛନ୍ତି ତ ଆଉ କେଉଁଠି ରାତି ଅଧରୁ ଆଧାର କାର୍ଡ ଧରି ମଧ୍ୟ ଲାଇନରେ ଲାଗିଥିବା ଦେଖିବାକୁ ମିଳୁଛିି । ତେବେ ଚାଷୀମାନେ ହଇରାଣ ହେଉଥିବା ବେଳେ ସମସ୍ୟାକୁ ନେଇ ଆସନ୍ତା ୧୭ ତାରିଖ ଦିନ ଆନ୍ଦୋଳନ କରିବ ବିଜେଡି । ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ ।

ଏହାପରେ ସରକାର ନଚେତିଲେ ଜିଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ବିଜେଡି କହିଛି ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି । ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣରେ ସମସ୍ୟା ରହିଛି । ଖାଲି ସେତିକି ନୁହେଁ, ସାରର ଅଭାବ ଚାରିଆଡେ ଦେଖାଦେଇଛି । ହେଲେ ଉପମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ କହୁଛନ୍ତି ସାରର ଅଭାବ ନାହିଁ ।

Leave A Reply

Your email address will not be published.