
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କିଛି ଛାତ୍ରଙ୍କ ଆଖିରେ କେହି ଅଠା ପକାଇଦେବାରୁ ୮ ଅନ୍ତେବାସୀ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ୮ ଜଣ ଛାତ୍ରଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କିଛି ନାବାଳକ ଛାତ୍ର ଏପରି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଛାତ୍ରାବାସରେ ଶୋଇଥିବାବେଳେ ପିଲାଙ୍କ ଆଖିରେ କେହି କିଛି ଶକ୍ତିଶାଳୀ ଅଠା ପକାଇ ଦେଇଥଲା । ଫଳରେ ଛାତ୍ରଙ୍କ ଆଖି ଲାଗି ରହିଥିଲା । ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯିବାରୁ ଚିକିତ୍ସା ପରେ ଏବେ ସେମାନଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି । ଘଟଣାର ତଦନ୍ତ ଚାଲିଛି ।