ରାଜ୍ୟ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ, କିଣିବେ AI ଉପକରଣ

youtube

ଭୁବନେଶ୍ୱର : ସେମିକଣ୍ଡକଟର ପରେ AIକୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ  ।  ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ ।  ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର କିଣିବେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଉପକରଣ  ।  ଏନେଇ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ।

ସାଧାରଣ ପ୍ରଶାସନକୁ ଅତ୍ୟାଧୁନିକରଣ କରିବାକୁ AIର ବ୍ୟବହାର ପ୍ରଶାସନିକ ସୁଧାର, ସୁଶାସନ ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ସରକାରୀ କାର୍ଯ୍ୟର ଦୈନନ୍ଦିନ ପରିଚାଳନାରେ ନୂଆ ପ୍ରଶାସନିକ ଚ୍ଯାଲେଞ୍ଜକୁ ସମାଧାନ କରିବାରେ AIର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ।  AIର ବ୍ୟବହାର ଦ୍ବାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ହେବା ସହ ପ୍ରଶାସନିକ କାର୍ଯ୍ୟ ତ୍ବରାନ୍ବିତ ହେବ ।

Alର ବ୍ୟବହାର ଦ୍ବାର କାର୍ଯ୍ୟପ୍ରଣାଳୀ ସୁଗମ, ତଥ୍ୟଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ। ଫଳରେ ଜନସାଧାରଣଙ୍କୁ କମ ସମୟ ମଧ୍ୟରେ ଉକୃଷ୍ଟ ସେବା ଯୋଗାଇ ଦିଆଯାଇପାରିବ ।  ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ଗୋଟିଏ ଲେଖାଏଁ AI ଉପକରଣ କ୍ରୟ କରିବାକୁ ଚିଠି ଲେଖାଯାଇଛି ।

ତେବେ ଡାଟା ସିକ୍ୟୁରିଟିକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।  ତେବେ AIର ବ୍ୟବହାର ଦ୍ବାରା କୌଣସି ବାହ୍ୟ ପ୍ଲାଟଫର୍ମରେ କୌଣସି ଗୁପ୍ତ କିମ୍ବା ଗୋପନୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଏହି ଚିଠି ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନଙ୍କୁ ଲେଖାଯାଇଛି ।

Leave A Reply

Your email address will not be published.