୩ ଚୋରଙ୍କୁ କାବୁ କଲା ପୋଲିସ, ସାରା ରାତି ଟାୱାର ଉପରେ ବସି ଥିଲେ

youtube

ଯାଜପୁର ଟାଉନ : ଧରା ପଡ଼ିଯିବା ଭୟରେ ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର ।  ସକାଳ ହେବା ପରେ ୩ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଲେ ଟାୱାର କର୍ମଚାରୀ ।  ଦୀର୍ଘଦିନ ହେବ ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ଥିବା ବିଭିନ୍ନ କମ୍ପାନୀର ମୋବାଇଲ ଟାୱାରଗୁଡିକରୁ ଲକ୍ଷ ଲକ୍ଷ ଟଙ୍କାର ଉପକରଣ ଚୋରୀ ହେଉଥିବା ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଚୋର ଧରା ପଡୁନଥିଲେ ।

ଗତକାଲି ତାଉଁତରା ଅଂଚଳରେ ଥିବା ଏକ ଟାୱାରରୁ ୩ ଜଣ ଯୁବକ ଟାୱାର ଉପରେ ଚଢ଼ି ଚୋରୀ କରୁଥିବା ବେଳେ ପହଁଞ୍ଚିଯାଇଥିଲେ ଟାୱାର କର୍ମଚାରୀ ।  କର୍ମଚାରୀଙ୍କୁ ଦେଖି ରାତି ତମାମ ଟାୱାର ଉପରେ ବସି ରହିଥିଲେ ତିନି ଚୋର ।

ସକାଳ ହେବା ପରେ ତିନିଜଣ ଚୋରଙ୍କୁ କାବୁ କରି ପୋଲିସର ଜିମା ଦେବା ସହ ସେମାନଙ୍କ ନଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟାୱାର କର୍ମଚାରୀ ।  ଥାନାରେ ଅଟକ ଥିବା ତିନିଜଣ ଯୁବକ ଅରେଇ, ଇଞ୍ଜନପୁର ଓ ମଙ୍ଗଳପୁର ଅଂଚଳ ବୋଲି ସୂଚନା ମିଳିଛି  ।  ଅନ୍ୟପଟେ ବିଞ୍ଝାରପୁର ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.