ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ମୋହନ ଯାଦବ

youtube

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ ପାଇଁ ଯାଇଥିବା ବେଳେ ଅଘଟଣ ।

ସୂଚନା ଅନୁଯାୟୀ, ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମନ୍ଦସୋରକୁ ଯାଇଥିଲେ । ଯେଉଁଠାରେ ମୁଖ୍ୟମନ୍ତ୍ରୀ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟରେ ହଟ୍ ଏୟାର ବେଲୁନରେ ଉଡ଼ିଥାନ୍ତେ । କିନ୍ତୁ ବେଲୁନଟି ଉଡ଼ିବା ପୂର୍ବରୁ ପବନ କାରଣରୁ ଏଥିରେ ନିଆଁ ଲାଗିଯାଇଥିଲା । ତୁରନ୍ତ ନିଆଁକୁ କର୍ମଚାରୀମାନେ ଆୟତ୍ତ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ କରିଥିଲେ । ରାତି ହୋଇଯିବାର ମୁଖ୍ୟମନ୍ତ୍ରୀ ଗାନ୍ଧିଗର ହିଙ୍ଗଲାଗ ରିସୋର୍ଟରେ ରାତିରେ ରହିଥିଲେ । ଏହାପରେ ସକାଳୁ ସକାଳୁ ଚମ୍ବଲ ନଦୀରେ ବୋଟିଂ କରିବା ପରେ ହଟ୍ ଏୟାର ବେଲୁନ ଯାତ୍ରା କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ଅଧିକ ପବନ ହେବାରୁ ବେଲୁନଟି ଉଡ଼ିପାରିନଥିଲା । ବେଲୁନର ତଳେ ନିଆଁ ଲାଗିଯାଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀ ବୁଝାଇଥିଲେ । ନିଆଁ ଲାଗିବା କାରଣରୁ ସମସ୍ତେ ଚିନ୍ତିତ ହୋଇପଡିଥିଲେ ।

ତେବେ ଘଟଣାକୁ ନେଇ ମନ୍ଦସୋର ଜିଲ୍ଲାପାଳ ଅଦିତି ଗର୍ଗ କହଛନ୍ତି, ଏୟାର ବେଲୁନ ସୁରକ୍ଷା ସମ୍ବନ୍ଧରେ କୌଣସି ତ୍ରୁଟି ହୋଇନାହିଁ । ମୁଖ୍ୟମନ୍ତ୍ରୀ କେବଳ ଏୟାର ବେଲୁନ ଦେଖିବାକୁ ଯାଇଥିଲେ । ତେବେ ବେଲୁନଟିରେ ନିଆଁ ଲାଗିଯାଇଥିଲା । କାହାର କିଛି କ୍ଷତି ହୋଇନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ମିଥ୍ୟା ଏବଂ ଭ୍ରମାତ୍ମକ ଖବର ଉପରେ ଧ୍ୟାନ ନ ଦିଅନ୍ତୁ ।

Leave A Reply

Your email address will not be published.