କଙ୍ଗୋରେ ଡଙ୍ଗା ବୁଡ଼ି ୮୬ ମୃତ

youtube

କଙ୍ଗୋ: କଙ୍ଗୋରେ ଭୟଙ୍କର ବୋଟ ଟ୍ରାଜେଡି । ଯେଉଁଥିରେ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି ।

ନର୍ଥୱେଷ୍ଟର୍ଣ୍ଣ ଇକ୍ୟୁଏଟର ପ୍ରୋଭିନସରେ ଏହି ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି । ମାଲେଞ୍ଜି ଗାଁ ନିକଟ କଙ୍ଗୋ ନଦୀରେ ଡଙ୍ଗାରେ ୫ଶହରୁ ଅଧିକ ଯାତ୍ରୀ ଯାଉଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ବୋଟରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ୨୦୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ବସନକୁସୁ ସୀମାରେ ବୋଟ ଦୁର୍ଘଟଣାରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି ।

ଉତ୍ତର-ପଶ୍ଚିମ କଙ୍ଗୋର ଇକ୍ୱାଟରରେ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ବହୁ ସଂଖ୍ୟକ ଛାତ୍ର ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ଏକ ମୋଟରଚାଳିତ ଡଙ୍ଗା ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାଟି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଏବଂ ସାମଗ୍ରୀ ନେଇଯାଉଥିଲା । ଯେଉଁଥିପାଇଁ ଏହି ଅଘଟଣ ଘଟିଥିଲା । ଅଧିକାରୀମାନେ କହିଛନ୍ତି ଯେ ଡଙ୍ଗାଟି ରାତିରେ ଯାତ୍ରା କରୁଥିଲା ଏବଂ ଏହି ସମୟରେ ଏହା ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡ଼ିଥିଲା ।

ଅଧିକାରୀମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୮୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଖୋଜ ଲୋକଙ୍କୁ ଖୋଜାଖୋଜି ଜାରି ରହିଛି ।

Leave A Reply

Your email address will not be published.