ଖତଖାଉଛି ଅଧା କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି…କିଣା ରେ ଘୋଟାଲା ନାହିଁତ…?

add-all

ମାଲକାନଗିରି : ମାଲକାନଗିରି ନିୟନ୍ତ୍ରୀତ ବଜାର କମିଟି ତରଫରୁ ୨୭ ଲକ୍ଷ ଟଙ୍କାର ଦୁଇଟି ଆଧୁନିକ ଜ୍ଞାନ କୌଶଳଯୁକ୍ତ ଧାନ ସଫେଇ ଯନ୍ତ୍ର ୨୦୨୪ମସିହାରେ କ୍ରୟକରି ୨୦୨୫ ମସିହାର ବର୍ଷ ଶେଷରେ ସମାଜମଙ୍ଗଳ ବିଭାଗ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ସମ୍ପାଦକ ଦେବୀ ତ୍ରୀପାଠୀ କହିଛନ୍ତି ।
ଏହି ବିଷୟରେ ମିଶନ୍ ଶକ୍ତି ଡି ପି ଏମ୍ ହର୍ଷାନନ୍ଦ ପ୍ରଧାନ କହିଛନ୍ତି ଏ ବିଷୟରେ ଆମେ ୨୦୨୫ ଜାନୁଆରିରେ ହିଁ ନାମ ଚୟନ କରି ଉପଜିଲ୍ଲାପାଳଙ୍କୁ ଜଣାଇଦେଇଛୁ ବର୍ତ୍ତମାନ ଚଳିତ ମାସ ଆଉ ଏକ ମହିଳା ଗ୍ରୁପ୍ ନାମ ଦେବାକୁ ପତ୍ର ଆସିଥିବାରି ଏହି ବିଷୟରେ କର୍ଯ୍ୟ ଚାଲିଛି, ଅତିଶିଘ୍ର ଆମେ ଏହା ମଧ୍ୟ ଚୟନ କରି ଜଣଇଦେବୁ ।କଥା ଉଠିଛି ଦୀର୍ଘ ଦିନଧରି କାର୍ଯ୍ୟାଳୟ ସାମନାରେ ଦୁଇଟି ଅତ୍ୟାଧୁନିକ ମୋବାଇଲ୍ ପେଡି କ୍ଲିନର୍ ଯାହାର ମୁଲ୍ୟ ପ୍ରାୟ ଅଧାକୋଟି ଟଙ୍କାର ହେବ ଏବଂ ଗୋଟିକର ଛକଫାଟି ଆଁ ହୋଇଯାଇଥିବା ବେଳେ ଏକ ବର୍ଷପ୍ରାୟ ଖରାବର୍ଷାରେ ଯନ୍ତ୍ରଗୁଡିକ ପଡିରହିଥିବାରୁ ଏହା ବର୍ତ୍ତମାନ ସଠିକ କାର୍ଯ୍ୟ କରୁଥିବ ନା ନାହିଁ ସନ୍ଦେହଘେରରେ ରହିଛି ।

ad-week
Leave A Reply

Your email address will not be published.