ଦୀର୍ଘଦିନ ପରେ ହେବାକୁ ଯାଉଛି ରାସ୍ତା ପ୍ରଶସ୍ତିକରଣ ସହ ଜବର ଦଖଲ ଉଚ୍ଛେଦ

youtube

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚିକିଟୀ ପେଣ୍ଠରେ ଅନେକ ବର୍ଷ ହେଲା ବଜାରର ମୁଖ୍ୟ ରାସ୍ତା ଉପରେ ଜନସାଧାରଣ ଓ ବ୍ୟବସାୟୀ ମାନେ ନିଜ ନିଜର ବ୍ୟବସାୟ କୁ ସୁବିଧା ନଜରରେ ରଖି ସରକାରୀ ଜାଗାକୁ ନିଜ ଅଧୀନକୁ ନେଇ ଚଳି ଆସୁଥିଲେ। ମୁଖ୍ୟ ରାସ୍ତା ର ପ୍ରଶସ୍ତିକରଣ ସକାଶେ ବିଗତ ଦିନରେ ଚିଠି ପ୍ରକାଶ ପାଇବା ପରେ ଏବେ ଚିକିଟୀ ରେ ଦୁଇ ଦିନ ଧରି ସୀମାଙ୍କନ ଚାଲିଥିବା ହେତୁ କିଛି ଲୋକଙ୍କ ମଧ୍ୟରେ ଖୁସି ଦେଖାଯାଉଥିବା ବେଳେ କିଛି ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି।ଏପଟେ ଏହି ଜବର ଦଖଲ ହେତୁ ପେଣ୍ଠ ଦେଇ ଯାଇଥିବା ରାଜ୍ୟ ରାଜପଥ ଅଣଓସାରିଆ ହୋଇ ରହିଥିବା ହେତୁ ସାଧାରଣରେ ଯାତାୟାତ ରେ ବ୍ୟଘାତ ସୃଷ୍ଟି ହୋଇଆସୁଛି।ମାତ୍ରାଧିକ ଯାନବାହାନ ଯାତାୟାତ ସହ ଦୋକାନକୁ କିଣିବାକୁ ଆସୁଥିବା ଗ୍ରାହକ ମାନଙ୍କ ବାହାନ ରାସ୍ତା କଡରେ ରହୁଥିବା ବେଳେ ମଧ୍ୟ ସାଧାରଣ ଯାତ୍ରୀଙ୍କ ଯିବା ଆସିବା ଅତ୍ୟନ୍ତ ଅସୁବିଧା ହୋଇଥାଏ।ଏହାକୁ ଦୃଷ୍ଟି ଦେଇ କିଛି ବର୍ଷ ତଳେ ପୋଲିସ ପ୍ରଶାସନ ନିଜର ଗୃହ ରକ୍ଷୀ ମାନଙ୍କ ଦ୍ବାରା ସହରର ଆଗ ପଛରେ ମୁତୟନ ରଖି କରି ସକାଳ ଆଠଟାରୁ ମଧ୍ୟାହ୍ନ ବାରଟା ପର୍ଯ୍ୟନ୍ତ ଓ ଅପରାହ୍ନ ଚାରିଟାରୁ ରାତ୍ର ଆଠଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଧାରା ଲଗାଇ ଟ୍ରାଫିକ ସମସ୍ୟା ଦୂର କରିବାକୁ ଚେଷ୍ଟା ଜାରି ରଖିଛି।ମୁଖ୍ୟତଃ ଏହି ବଜାର ଉପରେ ନିକଟସ୍ଥ ଆଖପାଖ ଅଞ୍ଚଳର ଜନସାଧାରଣ ନିଜର ଯାବତୀୟ ଜିନିଷ ବିକା କିଣା ସକାଶେ ସକାଳ ସନ୍ଧ୍ୟାରେ ଭିଡ଼ ଲଗାଇଥିବା ମଧ୍ୟ ଦେଖିବାକୁ ମିଳୁଛି l ସେଭଳି ଅନେକ ସମୟରେ ଆମ୍ବୁଲାନ୍ସ ଗତିକରିବା ଅତ୍ୟନ୍ତ କଷ୍ଟକର ହୋଇ ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି।ବାରମ୍ବାର ଗଣମାଧ୍ୟମରେ ଉକ୍ତ ସ୍ଥିତି ପ୍ରକାଶ ପାଇଆସୁଥିବା ବେଳେ କୋୖଣସି ଫରକ ପଡୁନଥିଲା।କିଛି ବର୍ଷ ତଳେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ପଦେକ୍ଷପ ଗ୍ରହଣ କରିଥିଲେମଧ୍ଯ କିଛି ଫରକ ଦେଖା ଦେଇନଥିଲା।ଦିନକୁ ଦିନ ଏହି ବଜାର ଅତ୍ୟନ୍ତ ଭିଡ଼ ହୋଇଆସୁଥିବା ବେଳେ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି l ଇତି ମଧ୍ୟରେ ଗତ କିଛିଦିନ ହେଲା ପ୍ରଶାସନର ଶୁଭ ଦୃଷ୍ଟି ଏହି ବ୍ୟବସ୍ତା ଉପରେ ପଡିବାରୁ ଆଜି ତହସିଲ ପ୍ରଶାସନ ତରଫରୁ ଜବରଦଖଲ ଉଛେଦ ଅଭିଯାନ ଆରମ୍ବ ହୋଇଯାଇଛି।ଏହା ଫଳରେ ଜବର ଦଖଲ କାରୀଙ୍କ ମନରେ ଛନାକା ପଡିଥିବା ବେଳେ କିଛି ରାଜନୈତିକ ବ୍ୟକ୍ତି ଏହାକୁ ଭଣ୍ଡୁର କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା କଥା ପଦାକୁ ଆସୁଛି। ଏହି ପ୍ରଶସ୍ତିକରଣ ସୀମାଙ୍କନ କାର୍ଯ୍ୟକ୍ରମରେ ତହସିଲ, ଏନ୍ ଏ ସି ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପରିଚାଳିତ କରୁଥିବା ସମୟରେ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରି ଆସୁଛନ୍ତି।

Leave A Reply

Your email address will not be published.