
ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିବ ପରେ ଏବେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଖବର ମିଳିବା ପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି ।
ତାଜ ପ୍ୟାଲେସକୁ ଧମକଭରା ଇମେଲ ମିଳିଛି । ଯେଉଁଥିରେ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଧମକ ମିଳିବା ପରେ ଆଖପାଖ ଅଞ୍ଚଳର ସୁରକ୍ଷା ବଢାଇଦିଆଯାଇଛି ।
ତାଜ ପ୍ୟାଲେସ ଏକ ପଞ୍ଚତାରକା ହୋଟେଲ । ଏହା ଦିଲ୍ଲୀର ପ୍ରସିଦ୍ଧ ଅଞ୍ଚଳ ଚାଣକ୍ୟପୁରୀରେ ଅବସ୍ଥିତ । ଏଠାରେ ଅନେକ କୂଟନୀତିଜ୍ଞ, ରାଜନେତା, ବ୍ୟବସାୟୀ ଏବଂ ଅନେକ ଭିଆଇପି ପ୍ରାୟତଃ ରୁହନ୍ତି । ଏହି କାରଣରୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଧମକକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଖୁଛନ୍ତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ପୋଲିସ ସହିତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି ।