
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ପଞ୍ଚାୟତ ସମିତି ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିଥିବା ବେଳେ ଚିକିଟୀ ଭାର ପ୍ରାପ୍ତ ବିଡିଓ ତଥା ତହସିଲଦାର ବିଶ୍ୱ ରଞ୍ଜନ କହଁର, ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ ଗୋଷ୍ଠି ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝି ଏବଂ ସି ଡି ପି ଓ ଗୀତାଞ୍ଜଳି ପାଣିଗ୍ରାହୀ ସମ୍ମାନୀତ ଅତିଥି ରୂପେ ଯୋଗ ଦାନ କରି ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦ୍ଵିପ ପ୍ରଜ୍ବଳନ କରି କ୍ରୀଡା ପ୍ରତିଯୋଗିତା କୁ ଆରମ୍ଭ କରିବା ସହ ବାସ୍ତବିକ ଜୀବନରେ କ୍ରୀଡ଼ାର ମହତ୍ତ୍ଵ ଏବଂ ତାର ଆବଶ୍ୟକତା ଉପରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏହି ପ୍ରତିଯୋଗିତା ମଧ୍ୟରେ ପ୍ରଥମେ ଟ୍ରାଇ ସାଇକେଲ, ହୁୱିଲ ଚେୟାର ରେସ କରାଇବା ପରେ ପରେ ଅନ୍ୟ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ କରାଯାଇଥିଲା। ଏହି କ୍ରୀଡ଼ା ପ୍ରତିଯୋଗିତାରେ ବ୍ଲକର ସମସ୍ତ ପଞ୍ଚାୟତର ଦିବ୍ୟାଙ୍ଗ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜକ ହିସାବରେ ଗୋଷ୍ଠି ସାମାଜିକ ମଙ୍ଗଳ ଅଧିକାରୀ ଜୟଦେବ ଚୌଧୁରୀ, ଜି ପି ଓ ଚକ୍ରଧର ପ୍ରଧାନଙ୍କ ସହ ସମସ୍ତ ଅଫିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକର୍ମ କୁ ସହଯୋଗ କରିଥିଲେ।