GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ : ଯୋଗାଣ ମନ୍ତ୍ରୀ

youtube

ଭୁବନେଶ୍ୱର : GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ । ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି । GST ସଂ‌‌ଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ଜରୁରୀ’ । ‘ହ୍ରାସ ପାଇଥିବା GST ଅନୁସାରେ ନୂଆ ଦର ଲାଗୁ ହେବା ଆବଶ୍ୟକ’ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ’ । ପୁରୁଣା ମୂଲ୍ୟକୁ ନ ଲିଭାଇ ତା ପାଖରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ’ ।

ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ Gst ସବୁ ଥିରୁ କମିଲା l ଅନେକ ଜାଗାରେ ପୁରା ନୀଲ୍ କରିଦିଆ ଯାଇଛି l ମାନ୍ୟବର ପ୍ରଧାନମନ୍ତ୍ରୀ ଭଲ ନିଷ୍ପତି ନେଇଛନ୍ତି l ଆମ ବିଭାଗ ଏହାକୁ ସ୍ୱାଗତ କରୁଛି l ହୋଲସେଲରଙ୍କ ଲାଭ କ୍ଷତି ବଡ଼ କଥା ନୁହେଁ l ସାଧାରଣ ଜନତାଙ୍କ ଗରିବ ଲୋକଙ୍କ ସ୍ୱାର୍ଥ ଓ ସୁବିଧାକୁ ନଜରରେ ରଖି ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି l

Leave A Reply

Your email address will not be published.