ନାବାଳିକାଙ୍କୁ ଶାରୀରିକ ନିର୍ଯାତନା: ସ୍ପିଚ୍ ଥେରାପିଷ୍ଟ ଗିରଫ

youtube

ଦିଲ୍ଲୀ: ଦିଲ୍ଲୀର ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ଜଣେ ୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।  ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ମାମଲାର ତଦନ୍ତ କରୁଛି ।

ସୂଚନା ଅନୁସାରେ ଝିଅର ମା ସମୟପୁର ବଦଲି ଥାନାରେ ଦାୟର କରିଥିବା ଏଫଆଇଆରରେ କହିଛନ୍ତି ଯେ ତାଙ୍କ ଝିଅକୁ କଥା କହିବାରେ ଅସୁବିଧା ହେଉଛି । ଅଗଷ୍ଟ ୧୯ ତାରିଖରୁ ସେ ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ୪୫ ମିନିଟ୍ ସେସନରେ ଯୋଗ ଦେଉଥିଲେ।

ସେପ୍ଟେମ୍ବର ୬ ତାରିଖରେ ଯେତେବେଳେ ଝିଅଟି କ୍ଲାସରୁ ଘରକୁ ଫେରିଲା, ସେ ତାସହ ଘଟିଥିବା ସମସ୍ତ କାହାଣୀ ତା ମାଆଙ୍କୁ କହିଲା । ଏହା ପରେ ମାଆ ଝିଅଟିକୁ ପଚରାଉଚରା କରିଥିଲେ। ଯେଉଁଥିରେ ସେ ସେଠାରେ କାମ କରୁଥିବା ସ୍ପିଚ୍ ଥେରାପିଷ୍ଟଙ୍କ ନାମ କହିଥିଲେ।

ମା’ ତୁରନ୍ତ ପିସିଆରକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ ।  ପୋଲିସ ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆ ଯାଇଥିଲା । କାଉନସେଲିଂ ସମୟରେ, ଝିଅର ମାଆ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ଚିକିତ୍ସକ ଝିଅର ପ୍ରାଇଭେଟ ପାର୍ଟକୁ ସ୍ପର୍ଶ କରୁଥିଲେ।

ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୪ ଏବଂ ୭୫ ଏବଂ  (POCSO) ଆଇନର ଧାରା ୧୦ ଅନୁଯାୟୀ ସମୟପୁର ବଦଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି।

Leave A Reply

Your email address will not be published.