ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ଉର୍ବଶୀଙ୍କୁ ଇଡି ସମନ

add-all

ନୂଆଦିଲ୍ଲୀ : ଅନଲାଇନ ବେଟିଂ ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ଆର୍ଥିକ ଅନିୟମିତତା ନେଇ ଅନଲାଇନ ବେଟିଂ ଆପ୍ 1xBet ବିରୋଧରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ପୂର୍ବରୁ କେତେଜଣ କ୍ରିକେଟରଙ୍କୁ ମଧ୍ୟ ଇଡି ଜେରା କରିସାରିଛି।

ବର୍ତ୍ତମାନ ପୂର୍ବତନ ସାଂସଦ ମିମିଙ୍କୁ ୧୫ ତାରିଖ ଏବଂ ଅଭିନେତ୍ରୀ ଉର୍ବଶୀଙ୍କୁ ୧୬ ତାରିଖରେ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହଜାର ହେବାକୁ ନିର୍ଦେଶ ଜାରି କରାଯାଇଛି। ସେଲିବ୍ରିଟିମାନେ ଏହି ଆପ୍‌ର ପ୍ରମୋଟର ଭାବେ କାର୍ଯ୍ୟ କରୁଥିଲେ। ଯେଉଁଥିପାଇଁ ପ୍ରଶଂସକ ଓ ଅନ୍ୟ ସାଧାରଣ ଜନତା ସେମାନଙ୍କୁ ବିଶ୍ଵାସ କରି ଏହି ଆପ୍‌ରେ ଅର୍ଥ ଲଗାଣ କରି ସର୍ବସ୍ଵାନ୍ତ ହୋଇଛନ୍ତି। ନିକଟରେ ଏହି ମାମଲାରେ ପୂର୍ବତନ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧଓ୍ବନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯିବା ସହିତ ଜେରା କରାଯାଇଛି।

ad-week
Leave A Reply

Your email address will not be published.