ଅସ୍ଥି ବିସର୍ଜନ କରି ଫେରିବା ବେଳେ ଦୁର୍ଘଟଣା, ୭ ମୃତ

youtube

ଜୟପୁର: ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶିବଦାସପୁର ଅଞ୍ଚଳରେ ରବିବାର ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୪ ମାସର ଏବଂ ଅନ୍ୟ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି।

ସୂଚନା ଅନୁସାରେ, ଶିବଦାସପୁର ଅଞ୍ଚଳରୁ ଏକ ପରିବାର ଓ କିଛି ସମ୍ପର୍କୀୟ ଅସ୍ଥି ବିସର୍ଜନ ପାଇଁ ହରିଦ୍ଵାର ଯାଇଥିଲେ।​ ସେଠାରେ ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ଦ୍ରୁତ ଗତି ଯୋଗୁ କାରଟି ଡିଭାଇଡର ସହ ମାଡ଼ ହୋଇ ଅଣ୍ଡରପାସ ତଳକୁ ଖସିପଡ଼ିଥିଲା। ତଳେ ପାଣି ଥିବାରୁ ପୀଡ଼ିତ ମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ପାରି ନ ଥିଲା। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ନିକଟ ଡାକ୍ତରଖାନା ଶବଗୃହରେ ରଖିବା ସହିତ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.