ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କରିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ ସଂଶୋଧିତ ଜିଏସ୍‌ଟି ହ୍ରାସକୁ ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହିତ ସଂଶୋଧିତ ନୂତନ ମୂଲ୍ୟ (ଏମଆରପି) ତୁରନ୍ତ ଉଲ୍ଲେଖ କରିବାକୁ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସାମଗ୍ରୀରେ ନୂଆ ଏମଆରପି ପ୍ରଦର୍ଶନ କରିବାକୁ ହେବ । ସମସ୍ତ ମୂଲ୍ୟ ସ୍ଲାବରେ ଜିଏସଟି ହ୍ରାସ ହୋଇଛି, ଅନେକ ସାମଗ୍ରୀରେ ସମ୍ପୂର୍ଣ୍ଣ ଛାଡ଼ ହୋଇଛି । ଆମ ବିଭାଗ ଏହାକୁ ପୂର୍ଣ୍ଣ ସମର୍ଥନ ଦେଉଛି, ଲାଭଗୁଡ଼ିକ ଗ୍ରାହକଙ୍କ ପାଖ଼େ ତୁରନ୍ତ ପହଞ୍ଚିବା ଉଚିତ ।

ତେବେ ୨୦୨୫ର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାକ୍‌ ହୋଇଥିବା ଆବଶ୍ୟକ ସାମଗ୍ରୀ ପୁରୁଣା ଲେବୁଲ୍‌ ରଖିପାରିବ, କିନ୍ତୁ ନୂଆ ଦର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ ଏବଂ ବର୍ଷ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ad-week
Leave A Reply

Your email address will not be published.