ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

add-all

ହରଭଙ୍ଗା :ଗାଈ ଚରାଇବା ବେଳେ ଅଘଟଣ, ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ଗ୍ରାମରେ। ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ଧଲପୁର ଗ୍ରାମର ଗୋବିନ୍ଦ ମହାକୁଡ ଏବଂ ଟୁକାନା ଦେହୁରୀ ଟିକରାପଡା ପଡିଆକୁ ଦୁହେଁ ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତରେ ଗୋବିନ୍ଦ ମହାକୁଡ(୪୫) ଏବଂ ଟୁକୁନା ଦେହୁରୀ (୩୨) ଗୁରୁତର ହୋଇଥିଲେ। ଉଭୟଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୋବିନ୍ଦ ମହାକୁଡଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟୁକୁନା ଦେହୁରୀ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି। ମୃତ ଗୋବିନ୍ଦ ଜଣେ ଗରିବ ଶ୍ରେଣୀର ଚାଷୀ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ,ପତ୍ନୀ ଘରେ ଥିବା ଜଣାପଡିଛି। ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

ad-week
Leave A Reply

Your email address will not be published.