ରତ୍ନଭଣ୍ଡାର ସବ୍ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ: ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ନିଆଯିବ ନିଷ୍ପତ୍ତି

youtube

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍ କମିଟି ର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ।  ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ।‌  ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ କିଭଳି ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ସେନେଇ ବୈଠକରେ ନିଆଯିବ ନିଷ୍ପତ୍ତି ।

ରତ୍ନ ଅଳଙ୍କାରର ଗଣତି ମଣତି କେବେ ଓ କିଭଳି କରାଯିବ ସେନେଇ ମଧ୍ୟ ଆଲୋଚନା ।  ବୈଠକରେ ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ।  ବୈଠକରେ ଛତିଶା ନିଯୋଗ ନାୟକ ମଧ୍ୟ ଉପସ୍ଥିତ ।

ଆସନ୍ତାକାଲି ବସିବ ପ୍ରଥମ ବୈଠକ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ । ରତ୍ନଭଣ୍ଡାର ମରାମତି ସରିଛି । ତେଣୁ ବାହାରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସବୁ କିଭଳି ଭିତର ସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେବ, ସେନେଇ ବୈଠକରେ ଆଲୋଚନା ହେବ ।

Leave A Reply

Your email address will not be published.