ଭିଜିଲାନ୍ସ ଜାଲରେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ

add-all

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୁଷ୍ମନ୍ତ ସାହୁଙ୍କୁ ଧରିଛି ଭିଜିଲାନ୍ସ। କୌଣସି ଏକ କାର୍ଯ୍ୟ ପାଇଁ ବିଇଓ ଦୁଷ୍ମନ୍ତ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ପର୍ଯ୍ୟାୟରେ ୭ ହଜାର ଟଙ୍କା ଦେବାକୁ ବିଇଓ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ଉକ୍ତ ବ୍ୟକ୍ତି ବିଇଓଙ୍କୁ ୭ ହଜାର ଟଙ୍କା ଦେବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ।

ad-week
Leave A Reply

Your email address will not be published.