କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ପାଟନା ହାଇକୋର୍ଟର ନିର୍ଦ୍ଦେଶ

youtube

ବିହାର : କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପି.ବି. ବଜନ୍ତରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ୱର୍ଗତ ମାତା ହୀରାବେନ ମୋଦଙ୍କୁ ଅପମାନିତ କରୁଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯାଉ ।

ଖବର ମୁତାବକ, ସେପ୍ଟେମ୍ବର ୧୦ ତାରିଖରେ ବିହାର କଂଗ୍ରେସର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନରେ ତାଙ୍କ ମାଆଙ୍କ AI ଆଧାରିତ ଭିଡିଓ ଚିତ୍ରଣ କରାଯାଇଥିଲା । ଏହି ଭିଡିଓରେ ସ୍ୱର୍ଗତ ହୀରାବେନ ମୋଦିଙ୍କ ଚରିତ୍ର ରାଜନୈତିକ ଲାଭ ପାଇଁ ତାଙ୍କ ପୁଅକୁ ତାଙ୍କ ନାମର ଅପବ୍ୟବହାର କରିବା ପାଇଁ ଭର୍ତ୍ସନା କରୁଥିବାର ଦେଖାଯାଇଥିଲା । ଯାହା ପରେ ବିଜେପି ଏହାକୁ ଘୃଣ୍ୟ ଏବଂ ମାଆଙ୍କ ପ୍ରତି ଅପମାନ ବୋଲି କହିଥିଲା ଏବଂ ଭିଡିଓ ବିରୁଦ୍ଧରେ ପାଟନା ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲା ।

ବିଜେପି ଦାବି କରିଥିଲା କି, ଏହି ଭିଡିଓ କେବଳ ପ୍ରଧାନମନ୍ତ୍ରୀଙ୍କ ଛବିକୁ ଖରାପ କରୁନି, ତାହା ସହିତ ମହିଳାଙ୍କ ଗରିମାକୁ ଉଲ୍ଲଙ୍ଘନ କରୁଛି । ଦିଲ୍ଲୀ ପୋଲିସ ପୂର୍ବରୁ ୧୩ ସେପ୍ଟେମ୍ବରରେ ବିଜେପି କାର୍ଯ୍ୟକର୍ତ୍ତା ସଙ୍କେତ ଗୁପ୍ତାଙ୍କ ଅଭିଯୋଗରେ ଏଫଆଇଆର ଦାୟର କରାଯାଇଥିଲା । ଆଉ ଭାରତୀୟ ନ୍ୟାସ ସଂହିତାର ଅନେକ ଧାରାରେ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ ।

Leave A Reply

Your email address will not be published.