ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ଦ୍ୱୀପ ଦାନ

add-all

ବଣାଇ : ବଣାଇ ଗଡ଼ ସହର ଦେଓଗାଁ ବାବା ବାଣେଶ୍ୱର ମନ୍ଦିରରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75 ବର୍ଷ ପୂର୍ତ୍ତି ଉପଲକ୍ଷେ 75 ଗୋଟି ଦ୍ୱୀପଦାନ ବିଜେପି ମଣ୍ଡଳ ସଭାପତି ମିଥିଳା ପାତ୍ରଙ୍କ ନେତୃତ୍ୱରେ ପ୍ରଜ୍ଜଳିତ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହାସ ବିହାରୀ ପ୍ରଧାନ, ବିଜେପି ମଣ୍ଡଳ ସମ୍ପାଦକ ବୈକୁଣ୍ଠ ଗଡ଼ଦିଆ, ବଣାଇ ଜ଼ିଲ୍ଲା ସଂଯୋଜକ ହେମନ୍ତ କୁମାର ସାହୁ, ମଣ୍ଡଳ ସ୍ତରୀୟ ସେବାପକ୍ଷ ସଂଯୋଜକ ଆଲ୍ଲାଦ ବଢ଼ାଇ, ଜ଼ିଲ୍ଲା ପ୍ରତିନିଧି ଦିବ୍ୟ ମଞ୍ଜରୀ ଦେଓ, ବରିଷ୍ଠ କାର୍ଯ୍ୟ କାରିଣୀ ସଦସ୍ୟ ୠତୁମତି ସେନାପତି, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଗୋବିନ୍ଦ ସାହୁ, ବିଜେପି ମଣ୍ଡଳ ସହ ସମ୍ପାଦକ ଶଙ୍କର୍ଷଣ ସେନାପତି, କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଦ୍ବୀପ ପ୍ରଜ୍ଜଳନ କରିଥିଲେ l
ତାପରେ ସେବାପକ୍ଷ ପାଳନ ଉପଲକ୍ଷେ ବିସିପାଲି ମିନି ଷ୍ଟାଡିୟମ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାଁ ପାଇଁ ଗଛ ଟିଏର ଶୁଭାରମ୍ଭ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ସ୍ୱଦୀପ ଟପ୍ପୋ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ ପ୍ରମୁଖ ଅଧିକାରୀ ଗଣ, ବିଜେପିର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀଙ୍କ 75 ବର୍ଷ ପୂର୍ତ୍ତି ଉପଲକ୍ଷେ 75 ଟି ଗଛ ରୋପଣ କରିଥିଲେ l

ad-week
Leave A Reply

Your email address will not be published.