ଗାରିଆ ନଦୀରେ ଭାସିଯାଇ ଜଣେ ମୃତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକ ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡା ନିକଟରେ ଥିବା ଗାରିଆ ନଦୀରେ ନଦୀ ପାର ହେବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାଷୀ ଯାଇ ଜଣେ ମୃତ ହୋଇଥିବା ଜଣାପଡିଛି. ସୂଚନା ନେବାରୁ ଜଣାପଡିଛି ଯେ ଖଇରପୁଟ ବ୍ଲକ ପୋଡ଼ଘାଟ ପଞ୍ଚାୟନ୍ତ ଅନ୍ତର୍ଗତ ଶୂକ୍ରାଗୁଡା ଗ୍ରାମର ହାତୀ ଗୁରୁତେଳି (50) ନାମକ ଜଣେ ବ୍ୟକ୍ତି ଆଜି ନାୟକ ଗୁଡା ସାପ୍ତାହିକ ହାଟକୁ ହାଟ କରିବାକୁ ଆସି ହାଟ କରି ସାରି ଘରକୁ ଫେରିବା ସମୟରେ ମାଳିଗୁଡା ନିକଟରେ ଗାରିଆନଦୀ ପାର ହେବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାଷୀ ଯାଇଥିଲେ । ଭାଷୀ ଯାଉଥିବା କିଛି ମହିଳା ଦେଖି ଚିତ୍କାର କରିଥିଲେ. ମହିଳା ମାନଙ୍କ ଚିତ୍କାର ଶୁଣି ମାଳିଗୁଡା ର କିଛି ଯୁବକ ପହଞ୍ଚି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ କୁ ଫୋନ କରିଥିଲେ । ମାଥିଲି ଅଗ୍ନିଶମ ବାହିନୀ ଫୋନ ପାଇବା ପରେ ବିଳମ୍ବ ନକରି ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ. ପରେ ମାଲକାନଗିରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲା ପୋଲିସ ।

ad-week
Leave A Reply

Your email address will not be published.