ଫସଲ ନଷ୍ଟ କଲେ ଗୋରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ୨୨ ପରିବାର

youtube

ନବରଙ୍ଗପୁର: ଜଙ୍ଗଲ ଜମିରେ ଫସଲ ନଷ୍ଟ କଲେ ଗୋରୁ । ଅଭିନବ ପ୍ରତିବାଦରେ ୨୨ ପରିବାର। ଉମରକୋଟର ଜଙ୍ଗଲ ଜମିରେ ହୋଇଥିବା ଚାଷକୁ ଦୁଇ ବନ ସୁରକ୍ଷା ସମିତିର ସଦସ୍ୟ ଗୋରୁ ଚୋରେଇ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।  ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଖାଲିବେଢ଼ା ଗାଁର ୨୨ଟି ପରିବାର । ହଣ୍ଡା ଡେକିଚି ଆଣି ରୋଷେଇ କରି ଖାଇଲେ।  ଆଉ ଧାରଣାରେ ବସିଲେ।

ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ଖଲିଗୁଡା ଗ୍ରାମର ଦୁଇଟି ବନ ସୁରକ୍ଷା ସମିତିର ସଦସ୍ୟଙ୍କ ନାମରେ ଆସିଛି ଅଭିଯୋଗ । ଗାଁ ଲୋକେ ୨୨ଏକର ଜମିରେ ଧାନ ଫସଲ ଚାଷ କରିଥିବା ବେଳେ ଠିକ ଅମଳ ସମୟରେ ଗୋରୁ ଚରାଇ ଫସଲ ନଷ୍ଟ କରାଯାଇଛି । ଏନେଇ ଉମରକୋଟ ଥାନାରେ ଲିଖିତ ମାମଲା ହୋଇଥିଲା ।   ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ କରିନଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗାଁଲୋକେ । ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବାର ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.