ବୀମା ପାଇଁ ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଦୀପକ: ଶୁଭମିତ୍ରାଙ୍କ ବାପା

add-all

ଭୁବନେଶ୍ଵର : ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  ବୀମା ଟଙ୍କା ପାଇଁ ଦୀପକ ଦୁଇ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ମୃତ ଶୁଭମିତ୍ରାଙ୍କ ବାପା। କେବଳ ଦୀପକ ନୁହେଁ ହତ୍ୟା ପଛରେ ତାଙ୍କ ବିଲ୍ଡର ଭାଇ ମାଷ୍ଟର ମାଇଣ୍ତ ଥିବା ମଧ୍ୟ ସେ କହିଛନ୍ତି। କେବଳ ଭାଇ ନୁହେଁ ତାର ମଉସା, ମାଉସୀ , ମାଉସୀ ପୁଅ, ଭଣଜା ଡାକ୍ତର ମଧ୍ୟ ସମ୍ପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି। ସଠିକ୍ ଭାବେ ଘଟଣାର ତଦନ୍ତ କରାଗଲେ , ଅପର୍ଣ୍ଣାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଘଟିପାରିବ ବୋଲି ତାଙ୍କ ବାପା କହିଛନ୍ତି।

ପ୍ରଥମ ସ୍ତ୍ରୀ କୁ ମାରି ଦୀପକ ଦୁର୍ଘଟଣାର ରୂପ ଦେଇ ଦେଢ କୋଟି ଟଙ୍କା ବୀମା ଟଙ୍କା ପାଇଛି । ମୋ ଝିଅକୁ ଏକତରଫା ବାହା ହୋଇ କୋଟିଏ ୨୫ ଲକ୍ଷର ବୀମା କରିଥିଲା। ଏହି କେଳେଙ୍କାରୀ ପଛରେ ବୀମା କମ୍ପାନୀ ଲୋକଙ୍କର ହାତ ଥାଇପାରେ ବୋଲି ଶୁଭମିତ୍ରାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏବଂ ଦୀପକଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଗତ ୬ ତାରିଖରେ ଶୁଭମିତ୍ରା ନିଖୋଜ ନେଇ ମୁଁ ଏତଲା କରିଥିଲି। ଯଦି ପୁଲିସ୍‌ ତତକ୍ଷଣାତ୍‌ ଖୋଜିଥାନ୍ତା , ତେବେ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.