ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ମାଂସ ପିଣ୍ଡୁଳା ବାହାରିଲା ମେରୁଦଣ୍ଡରୁ

youtube

ବ୍ରହ୍ମପୁର:  ମେରୁଦଣ୍ଡରୁ ବାହାରିଲା ମାଂସ ପିଣ୍ଡୁଳା । ନୂଆ ଜୀବନ ପାଇଲେ ରାୟଗଡ଼ା ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ବିରଳ ମେରୁଦଣ୍ଡ ଆସ୍ତ୍ରୋପଚାର ହୋଇ ରୋଗୀ ଦେହରୁ ୪ ଇଞ୍ଚର ଟ୍ୟୁମର ବାହାରିଛି । ରାୟଗଡ଼ା କାଶୀପୁର ବ୍ଲକ ଅନ୍ଦିରାକଞ୍ଚ ଗାଁର ବଇଦ ନାଏକ । ଗତ ଜୁନ ମାସରେ ବିଲରେ କାମ କରିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଶରୀର ଥରିବା ସହ ଧିରେ ଧିରେ ଗୋଡ଼ ଅକାମୀ ହୋଇପଡ଼ିଥିଲା । ପରିବାର ଲୋକେ ପ୍ରଥମେ କୋରାପୁଟ ବଡ଼ ଡାକ୍ତରଖାନା ନେଇଥିଲେ ।

ସେଠାରୁ ଆଗଷ୍ଟ ୨୭ ତାରିଖରେ MKCG ରେଫର ହୋଇଥିଲେ। ପରୀକ୍ଷାରୁ ବଇଦଙ୍କ ମେରୁଦଣ୍ଡରେ ଟ୍ୟୁମର ହୋଇଥିବା ଜଣାପଡିବା ପରେ ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର ପରେ ତାଙ୍କ ମେରୁଦଣ୍ଡରୁ ୪ ଇଞ୍ଚର ମାଂସ ପିଣ୍ଡୁଲା ବାହାରିଥିଲା । ବିଭାଗୀୟ ମୁଖ୍ୟ ଡାକ୍ତର ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ୫ଜଣିଆ ଟିମ ଗଠନ କରାଯାଇ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ବଇଦ ସୁସ୍ଥ ଅଛନ୍ତି, ଠିକ ଭାବେ ଚଲାବୁଲା କରିପାରୁଛନ୍ତି । ଆସନ୍ତା ସପ୍ତାହରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ।

Leave A Reply

Your email address will not be published.