କୋଣାର୍କରୁ ଭୁବନେଶ୍ବରକୁ ଗଡ଼ିବ ଟ୍ରେନ

youtube

ଭୁବନେଶ୍ୱର : ଏଥିପାଇଁ ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ ।  ବହୁ ପ୍ରତିକ୍ଷିତ କୋଣାର୍କ – ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଥିଲା ।  ଏନେଇ କେନ୍ଦ୍ରକୁ ଚିଠି ଲେଖି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ପ୍ରଭାତୀ ପରିଡ଼ା  ।  ଏହା ଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ ସୁଗମ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ପ୍ରଭାତୀ ।  ଏହି ଚିଠିର ଉତ୍ତର ଦେଇ ରେଳ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ କୋଣାର୍କ ଭୁବନେଶ୍ୱର ରେଳପଥର ଡିଟେଲଡ଼ ପ୍ରୋଜେକ୍ଟ ରିପୋର୍ଟ ପାଇଁ ଗୋପ ଓ ନିମାପଡାରେ ଫାଇନାଲ ଲୋକେଶନ ସର୍ଭେ ପାଇଁ ମଞ୍ଜୁରୀ ଦେଇଛନ୍ତି  ।  ଏହି ମଞ୍ଜୁରୀ ପାଇଁ ପ୍ରଭାତୀ ପରିଡ଼ା ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.