
ଆମେରିକା : ଚୀନ ସହ ଟ୍ରମ୍ପଙ୍କ Tik Tok ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଆଲୋଚନାରେ ଟିକଟକ ଡିଲକୁ ଜିନପିଙ୍ଗ ଅନୁମୋଦନ ଦେଇଛନ୍ତି ।
ସୂଚନାନୁଯାୟୀ, ଚୀନ ସହ ଆମେରିକାର ଭଲ ସଂପର୍କ ରହିଛି । ଚାର୍ଲି ଟିକଟକ ସପକ୍ଷରେ ଥିବା ଟ୍ରମ୍ପ କହିଛନ୍ତି । ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରମ୍ପ-ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ବାଣିଜ୍ୟ, ରୁଷିଆ-ୟୁକ୍ରେନ ୱାର ଓ ଗାଜା ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛି । ଆସନ୍ତାବର୍ଷ ପ୍ରାରମ୍ଭରେ ଟ୍ରମ୍ପ ଚୀନ ଗସ୍ତରେ ଯିବେ ବୋଲି କହିଛନ୍ତି । ଦକ୍ଷିଣ କୋରିଆରେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପାସିଫିକ ଇକୋନୋମିକ କୋଅପରେସନ ସମ୍ମିଳନୀରେ ଜିନପିଙ୍ଗକୁ ଭେଟିବେ । ସେହିପରି ଠିକ ସମୟରେ ଜିନପିଙ୍ଗ ଆମେରିକା ଗସ୍ତରେ ଆସିବେ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଉଲ୍ଲେଖ କରିଛନ୍ତି ।