ନିୟନ୍ତ୍ରଣ ହରାଇ କୂଅରେ ପଡିଲା ବୋଲେରୋ : ୩ ମୃତ, ଜଣେ ନିଖୋଜ

youtube

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି । SDRF ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ବୋଲେରୋରେ  ୭ ଜଣ ଲୋକ ମୁଲତାଇରୁ ଚିତ୍ରକୁଟକୁ ଯାଉଥିଲେ । ଏହି ସମୟରେ ବୋଲେରୋର ଟାୟାର ଫାଟିଯାଇଥିଲା । ଫଳରେ ଗାଡ଼ିଟି ହଠାତ୍  ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା କୂଅରେ ପଡ଼ିଯାଇଥିଲା । ଗାଡ଼ିଟି ଗଭୀର କୂଅରେ ପଡ଼ିଯିବାରୁ ବହୁତ ଚିତ୍କାର ଏବଂ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଏକ କ୍ରେନ୍ ସାହାଯ୍ୟରେ ବୋଲେରୋ କାରର ଭଗ୍ନାବଶେଷ ବାହାର କରାଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲାବେଳେ ଜଣେ ନିଖୋଜ ରହିଥିବା ସୂଚନା ମିଳିଛି । ମୃତଦେହଗୁଡ଼ିକୁ ଚିହ୍ନଟ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.