କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ଅସୁସ୍ଥ, ଆଇସିୟୁରେ କରାଗଲା ଭର୍ତ୍ତି

youtube

ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୀତି ସରଗରମ ରହିଛି । ବିଜେପି ଏନଡିଏ ଗଠବନ୍ଧନ ଏବଂ ତେଜସ୍ବୀଙ୍କ ନେତୃତ୍ୱରେ ମହାଗଠବନ୍ଧନ ସିଟ୍ ଭାଗ ବଣ୍ଟାକୁ ନେଇ ଲଗାତାର ବୈଠକ ହେଉଛି। ଏହାରି ଭିତରେ ବିହାରର କେନ୍ଦ୍ରମନ୍ତ୍ରୀ ଏବଂ ଉଦୟୁର ରାଜ୍ୟସଭା ସାଂସଦ ରାମନାଥ ଠାକୁରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ ହସପିଟାଲରେ ଆଡମିଟ୍ ହୋଇଛନ୍ତି ।

ଭାଗଲପୁରରେ ଏନଡିଏର ସମ୍ମେଳନ ପୂର୍ବରୁ ରାମନଥଙ୍କ ସ୍ବାସ୍ଥ୍ୟ ବିଗିଡିଯାଇଛି । ଏଥିପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଭାଇରଲ ଫିଭର ହେବା ସହିତ ଟାଏଫାଏଡ ହୋଇଛି । ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ପଟନାରେ ଏକ ଘରୋଇ ହସପିଟାଲକୁ ସିଫ୍ଟ କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଆଜି ଦିଲ୍ଲୀ ସିଫ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ରକ୍ତଚାପ ଏବଂ ସୁଗାର ଭଳି ରୋଗ ରହିଛି । ତେଣୁ ଟାଏଫାଏଡ ଯୋଗୁଁ ଭାଗଲପୁରରୁ ପାଟନାକୁ ରେଫର କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ଭାରତ ରତ୍ନ ସମ୍ମାନିତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପୁଅ । ସେ ଜେଡିୟୁର ରାଜ୍ୟସଭା ସାଂସଦ ରହିଛନ୍ତି । ନରେନ୍ଦ୍ର ମୋଦିଙ୍କ ୩ୟ କାର୍ଯ୍ୟକାଳ ଭିତରେ ତାଙ୍କୁ କ୍ଷି ଏବଂ କିଷାନ କଲ୍ୟାଣ ରାଜ୍ୟ ମନ୍ତ୍ରୀ କରାଯାଇଥିଲା ।

Leave A Reply

Your email address will not be published.