ଉଧମପୁରରେ ସେନା-ଆତଙ୍କୀ ଗୁଳି ବିନିମୟ, ଜଣେ ଯବାନ ସହିଦ

youtube

ଜମ୍ମୁ କଶ୍ମୀର : ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଗୁଳିବିନିମୟରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି । ଏହି ଗୁଳିବିନିମୟରେ ତିନିରୁ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ଫସି ରହିଥିବା ଅନୁମାନ କରାଯାଉଛି । ସେହିପରି କିସ୍ତୱାରରେ ଆଉ ଏକ ଗୁଳିବିନିମୟ ହୋଇଥିଲା ।

ସୂଚନା ମୁତାବକ, ଏକ୍ସ ପୋଷ୍ଟ ଜରିଆରେ ହ୍ୱାଇଟ୍ ନାଇଟ୍ କର୍ପସ କହିଛି ଯେ ‘‘ଡୋଡା-ଉଧମପୁର ସୀମାରେ ଗୁଳିବିନିମୟ ଚାଲିଛି । ଅପରେସନ ଜାରି ରହିଛି,”। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ କାର୍ଯ୍ୟ କରି, ସେନା, ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) ଏବଂ ପୋଲିସ ଏକ ଅପରେସନ୍ ଆରମ୍ଭ କରିଥିଲେ । ଯାହା ଫଳରେ ଗୁଳିବିନିମୟ ହୋଇଥିଲା । ଗୁଳି ବିନିମୟରେ ଜଣେ ସେନା ଯବାନ ଆହତ ହୋଇଥିଲେ । ଗତ ଏକ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଅନେକ ଗୁଳିବିନିମୟ ହୋଇଛି ।

ଅଧିକାରୀମାନେ କହିଛନ୍ତି ଯେ, ଏନକାଉଣ୍ଟର ସ୍ଥଳ ଚାରିପାଖରେ ରାତିସାରା କଡ଼ା ଘେରାବନ୍ଦୀ କରାଯାଇଥିଲା । ଶନିବାର ସକାଳେ ମିଳିତ ସର୍ଚ୍ଚ ଅପରେସନ ପୁଣି ଆରମ୍ଭ ହୋଇଥିଲା । ଜଙ୍ଗଲ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ, ଡ୍ରୋନ୍ ଏବଂ ଡଗ୍ ସ୍କ୍ୱାଡ୍ ସହାୟତାରେ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି ।

ଉଧମପୁର ଅଞ୍ଚଳରେ ଦୁଇରୁ ତିନି ଜଣ ଜୈଶ ଆତଙ୍କବାଦୀ ଲୁଚି ରହିଛନ୍ତି । ଏହି ସୂଚନା ଆଧାରରେ, ସେନା ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚଳାଇଛି । ଅଧିକାରୀଙ୍କ ଅନୁଯାୟୀ, ଏହି ଆତଙ୍କବାଦୀମାନେ କିଛି ସମୟ ଧରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତଥାପି, ସୁରକ୍ଷା ବାହିନୀ ସେମାନଙ୍କର ପ୍ରୟାସକୁ ବିଫଳ କରିଛନ୍ତି । ଏହି ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଶ୍ରୀନଗର ସମେତ ଘାଟିର ୮ଟି ସ୍ଥାନରେ ମଧ୍ୟ ସର୍ଚ୍ଚ କରିଥିଲା ।

Leave A Reply

Your email address will not be published.