କାନପୁର-ଦିଲ୍ଲୀ ବିମାନରେ ପଶିଗଲା ମୂଷା, ବିମାନରୁ ଓହ୍ଲାଇଲେ ଭୟଭୀତ ଯାତ୍ରୀ

youtube

କାନପୁର : କାନପୁର ଏୟାରପୋର୍ଟରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ବିମାନରେ ମୂଷା । ଭୟଭୀତ ଯାତ୍ରୀମାନଙ୍କୁ ସୁରକ୍ଷା ଦ୍ଷ୍ଟିରୁ ବିମାନରୁ ଓହ୍ଲାଇ ଦିଆଗଲା । ଯାତ୍ରୀମାନଙ୍କୁ ଏୟାରପୋର୍ଟ ଲାଉଞ୍ଜରେ ବସାଯାଇ ବିମାନକୁ ଯାଞ୍ଚ କରାଯିବା ପରେ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା ।

ଖବର ମୁତାବକ, କାନପୁର ଏୟାରପୋର୍ଟରୁ ଦିଲ୍ଲୀ ପାଇଁ ୨.୫୦ରେ ଏକ ବିମାନ ଉଡ଼ାଣ ଭରିବାର ଥିଲା । ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଜଣେ କ୍ରୁ ମେମ୍ବର ଏକ ମୂଷାକୁ ବିମାନରେ ଦେଖିଥିଲେ । ସୁରକ୍ଷା ଏବଂ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ତୁରନ୍ତ ବିମାନକୁ ରୋକା ଯାଇଥିଲା । ଆଉ ସମସ୍ତଙ୍କୁ ଓହ୍ଲାଇ ଦିଆଯାଇ ଏୟାରପୋର୍ଟ ଲାଉଞ୍ଜରେ ବସାଯାଇଥିଲା ।

ଏୟାରପୋର୍ଟ ଷ୍ଟାଫ ସଂପୂର୍ଣ୍ଣ ବିମାନକୁ ତନତନ କରି ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ । ଏୟାରଲାଇନ୍ସ ଠାରୁ ଆରମ୍ଭ କରି ଟେକ୍ନିକାଲ ଷ୍ଟାଫ ଏବଂ ଗ୍ରାଉଣ୍ଡ ସଦସ୍ୟ ମିଶି ବିମାନର ପ୍ରତି କୋଣକୁ ଯାଞ୍ଚ କରିଥିଲେ । ତେବେ ଯାତ୍ରୀମାନେ ଏହି ଘଟଣାକୁ ନେଇ ନିରାଶ ରହିଥିବା ବେଳେ ଅଧିକାଂଶ ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରିବାକୁ କହିଥିଲେ ।

ବିମାନକୁ ସଠିକ ଭାବେ ଯାଞ୍ଚ କରିବା ପରେ ଦୀର୍ଘ ୧ ଘଣ୍ଟା ବିଳମ୍ବ ପରେ ବିମାନକୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା । ଯାତ୍ରୀମାନଙ୍କ ଅସୁବିଧା ପାଇଁ ଏୟାରଲାଇନ୍ସ ଏଭଳି ପଦକ୍ଷେପ ନେଇଥିଲା ବୋଲି ଜଣେ ଏୟାରଲାଇନ ପ୍ରବନ୍ଧକ କହିଛନ୍ତି ।

Leave A Reply

Your email address will not be published.