
ଆମେରିକା : ଆଫଗାନିସ୍ତାରେ ପୁଣି ପଶିବ ଆମେରିକା ସେନା । ଆଫାଗାନିସ୍ତାନକୁ ବଗରାମ ଏୟାରବେସ୍ ମାଗିଲା ଆମେରିକା । ଟ୍ରମ୍ପ କହିଛନ୍ତି ଯେ, ବଗରାମ ଏୟାର ବେସ୍ ପୁଣି ଥରେ ଫେରି ପାଇବାକୁ ଚାହୁଁଛି ୱାସିଂଟନ୍ । ଖୁବ ଶୀଘ୍ର ଆମେରିକାକୁ ଏହା ମିଳିବା ଆବଶ୍ୟକ । ଯଦି ସେମାନେ ତୁରନ୍ତ ନଦିଅନ୍ତି, ତେବେ ପରିଣାମ ଭୋଗିବାକୁ ହେବ । ପରିଣାମ ଖରାପ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ଟ୍ରମ୍ପ ।
ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରୁ ୬୪ କିଲୋମିଟର ଦୂରରେ ଅବସ୍ଥିତ ବଗରାମ ଏୟାରବେସ୍ । ଦୁଇ ଦଶନ୍ଧି ଧରି ବଗରାମ ଏୟାରବେସ୍ ଆମେରିକା ସେନାର ମୁଖ୍ୟ ଘାଟି ଥିଲା । ୨୦୨୧ରେ ଆମେରିକା ଫୋର୍ସ ଆଫଗାନିସ୍ତାନ ଛାଡ଼ିବା ପରେ ଏହାକୁ ପୁନଃ ଦଖଲ କରିଥିଲା ତାଲିବାନ । ତେବେ ଆଫଗାନିସ୍ତାନରେ ପୁଣି ଥରେ ଆମେରିକା ସେନାର ଉପସ୍ଥିତିକୁ ତାଲିବାନ ଚାହୁଁ ନାହିଁ ।