ଭୂମିକମ୍ପ ଝଟକାରେ ଦୋହଲିଲା ବାଂଲାଦେଶ

youtube

ବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୦ ରହିଛି । ତେବେ ମିଆଁମାରରେ ୭.୭ ତୀବ୍ରତା ଭୂମିକମ୍ପ ଆସିବା ପରେ ଢାକା ଏବଂ ଚଟଗାଁ ସହିତ ବାଂଲାଦେଶର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ ।

ଆଜି ଅପରାହ୍ନ ୧୨.୨୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର କେନ୍ଦ୍ର ବାଂଲାଦେଶ ସୀମା ପାଖରେ ମିଆଁମାର ମାଣ୍ଡଲେରେ ରହିଥିଲା । ଢାକାଠାରୁ ଭୂକମ୍ପର କେନ୍ଦ୍ର ଦର ୫୯୭ କିମି ବୋଲି କୁହାଯାଇଛି ।

USGS ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସାଗାଇଂ ଠାରୁ ୧୬ କିମି ଦୂର ଉତ୍ତର-ପଶ୍ଚିମରେ ୧୦ କିମି ଦୂର ଗଭୀରତା ଜଣାପଡିଛି । ଫଳରେ ବାଂଲାଦେଶର ବିଭିନ୍ନ ସ୍ଥାନର ଝଟକା ଅନୁଭୂତ ହୋଇଛି । ବାଂଲାଦେଶରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କିଛି ସୂଚନା ମିଳିନାହିଁ ।

Leave A Reply

Your email address will not be published.