ପିଓକେ ଉପରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ; ପ୍ରତିରକ୍ଷା ମନ୍ତ୍ରୀ

youtube

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି । ଏହି ଗସ୍ତକୁ ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ତାଙ୍କ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ ଏବଂ ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ସହିତ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ଏହା ପୂର୍ବରୁ ରାଜନାଥ ସିଂହ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସେ ପହଲଗାମ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ, ପାକିସ୍ତାନକୁ ସଂସ୍କାର ଶିଖେଇବା ଆମର ଦାୟିତ୍ୱ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏଥର ଅପରେସନ ସିନ୍ଦୂର ପାର୍ଟ- ୨ ଏବଂ ୩ ହେବ କି ନାହିଁ କହିବା ବହୁତ ମୁସ୍କିଲ । ଏହା ପାକିସ୍ତାନର ବ୍ୟବହାର ଉପରେ ନିର୍ଭର କରେ । ଯଦି ଆତଙ୍କବାଦୀ ଗତିବିଧି ଅଧିକ ଦେଖିବାକୁ ମିଳିଲା, ତେବେ ସେମାନଙ୍କୁ ଉଚିତ ଜବାବ ମିଳିବ ।

ମରକ୍କୋରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଆମର ଲୋକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚରାଯିବା ପରେ ପହଲଗାମରେ ହତ୍ୟା କରାଯାଇଥିଲା । ମୁଁ ଏକ ବୈଠକ ଡାକି ସେମାନଙ୍କୁ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲି । ଅପରେସନ ପରେ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଥିଲା । ସେମାନେ ତାଙ୍କ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ଚାହୁଁଥିଲେ । ବନ୍ଧୁ ପରିବର୍ତ୍ତନ କରାଯାଇପାରିବ, କିନ୍ତୁ ପଡ଼ୋଶୀ କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ପଡ଼ୋଶୀମାନଙ୍କୁ ସଠିକ ରାସ୍ତାରେ ଫେରାଇ ଆଣିବା ଆମର ଦାୟିତ୍ୱ ।

ଅପରେସନ ସିନ୍ଦୂରରେ କ’ଣ ହୋଇଥିଲା ତାହା ସମଗ୍ର ବିଶ୍ବ ଦେଖିଛି, କେବଳ ସୀମା ପାର ନୁହେଁ, ବରଂ ସେମାନଙ୍କ ଭୂମିରେ ୧୦୦ କିମି ଭିତରକୁ ଯାଇ ଆତଙ୍କୀ ଗଡ଼କୁ ନଷ୍ଟ କରାଯାଇଥିଲା ।

ପିଓକେ ଆକ୍ରମଣ କରି ଦଖଲ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ଆମର । ସେ କହିଥିଲେ ଯେ ଭବିଷ୍ୟତରେ, ପିଓକେର ଲୋକମାନେ ନିଜେ କହିବେ, “ମୁଁ ମଧ୍ୟ ଭାରତ ।”ଏହି ଦିନ ଖୁବଶୀଘ୍ର ଆସିବ । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି କି, ଭାରତ କେବଳ ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିଛି କିନ୍ତୁ ଭବିଷ୍ୟରେ ଯବି କୌଣସି ଆତଙ୍କୀ ଆକ୍ରମଣ ହୁଏ, ତେବେ ପୁଣି ଥରେ ଜବାବ ଦିଆଯିବ ।

Leave A Reply

Your email address will not be published.