
ଗୁଜରାଟ : ସମୁଦ୍ର ମଝିରେ ଭୟଙ୍କର ନିଆଁ । ସମୁଦ୍ର ମଝିରେ ଥିବା ଜାହାଜ ହୁତୁହୁତୁ ହୋଇ ଜଳୁଛି । ଗୁଜରାଟ ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ । ସୁଭାଷନଗର ଜେଟିରେ କାର୍ଗୋ ସିପରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ।
ଜାମନଗର ସ୍ଥିତ HRM & Sons ର ଏହି ଡଙ୍ଗାରେ ଚାଉଳ ଏବଂ ଚିନି ବୋଝେଇ କରାଯାଇଥିଲା, ଯେଉଁଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଲିଛି । ଏଥିରେ ୯୫୦ ଟନ ଚାଉଳ ଏବଂ ୧୦୦ ଟନ ଚିନି ଲଦାଯାଇଥିଲା । ଚାଉଳ ବୋଝେଇ ହୋଇଥିବାରୁ ଜାହାଜରେ ନିଆଁ କିଛି ସମୟ ମଧ୍ୟରେ ଉଗ୍ର ରୂପ ନେଇଥିଲା, ତେଣୁ ଜାହାଜଟିକୁ ସମୁଦ୍ର ମଝିକୁ ଟାଣି ନିଆଯାଇଥିଲା । ଅଧିକ କିଛି କ୍ଷତି ନ ହେଉ ସେଥିପାଇଁ ସମୁଦ୍ରକୁ ୧୦୦ କିମି ଯାଏଁ ଟଣାଯାଇଥିଲା ।
ସୂଚନା ଅନୁଯାୟୀ, ଏହି ଜାହାଜଟି ସୋମାଲିଆର ବୋସାସୋ ଯାଉଥିଲା, ଯେତେବେଳେ କି ସେଥିରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି । ତଟରକ୍ଷାବାହିନୀ ନିଆଁ ଲିଭାଇବାକୁ ସମସ୍ତ ପ୍ରକାରର ଚେଷ୍ଟା କରୁଛି । ହେଲେ ଜାହାଜରେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।