
ଭୁବନେଶ୍ୱର: ରାଜ୍ୟରେ ବିଗତ ତିନି ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ । ୨୦୨୨-୨୩ ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ସେହିପରି ୨୦୨୪-୨୫ରେ ୫୧ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଆଜି ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଶିଶୁ ଶ୍ରମିକ ନିଯୁକ୍ତି ଦାତାଙ୍କ ବିରୁଦ୍ଧରେ ୧୧୬ ଟି ମାମଲା ରୁଜ୍ଜୁ କରାଯାଇଛି । ଶିଶୁ ଶ୍ରମିକ ଗଣନା ୧୯୯୭ ଅନୁଯାୟୀ ରାଜ୍ୟରେ ୨ ଲକ୍ଷ ୧୫ ହଜାର ୨୨୨ ଜଣ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିଲା । ୧୯୯୭ ମସିହା ପରଠାରୁ ଶିଶୁ ଶ୍ରମିକ ଗଣନା ହୋଇନାହିଁ ।