
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବାଣିଜ୍ୟ କେନ୍ଦ୍ର ସ୍ଥଳୀ ଆସିକା। ଆସିକା ଅଞ୍ଚଳର ଅଧିକାଂଶ ବ୍ୟବସାୟୀ ପ୍ରତିଦିନ ହଜାର ହଜାର ଟଙ୍କାର ଟ୍ୟାକ୍ସ ଚୋରି କରୁଥିବା ଚର୍ଚ୍ଚା ହେଉଛି। ଯେତେବେଳେ ଜି.ଏସ.ଟି ପାଇଁ ବ୍ୟବସାୟୀ ମାନଙ୍କୁ ପଞ୍ଜିକରଣ ପାଇଁ ବାଧ୍ୟ କରାଗଲା ସେହି ସମୟରେ ଆସିକା ଅଞ୍ଚଳର ବିନା ପଞ୍ଜିକୃତରେ ବ୍ୟବସାୟ କରୁଥିବା ଦୋକାନୀ ନାମକୁ ମାତ୍ର ଧର୍ମକୁ ଆଖିଠାର ଭଳି ସ୍ୱଳ୍ପ ବ୍ୟବସାୟ ଦେଖାଇ ପଞ୍ଜିକୃତ ହେଲେ। ଆସିକା ଅଞ୍ଚଳରେ ଅଧିକାଂଶ ବ୍ୟବସାୟୀ ମାନେ ସେମାନଙ୍କ ଦୈନିକ ୩/୪ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିଲେ ବି ମାସିକ ବିକ୍ରି ବା (ଟାର୍ଣ୍ଣଓଭର) ମାତ୍ର ୫ ଲକ୍ଷ ଟଙ୍କା ଦେଖାଉଥିବା କିଛି ବ୍ୟବସାୟୀ ମାନଙ୍କ ଖବର ଆମର ହସ୍ତଗତ ହୋଇଛି। “ହାତୀ କା ଦାନ୍ତ ଖାନେକା ଆଲଗ ଦିଖାନେ କା ଆଲଗ” ଭଳି ସ୍ୱଳ୍ପ ବ୍ୟବସାୟ ହେଉଥିବା ଦର୍ଶାଇ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଚୋରି କରୁଛନ୍ତି। ଆସିକା ଖମେଶ୍ୱରୀ ପାଟଣା ଠାରେ ଥିବା ବାଣିଜ୍ୟକର ବିଭାଗ ରେ ଏହି ଟ୍ୟାକ୍ସ ଚୋରୀ ସମ୍ପର୍କରେ ପଚାରିଲେ ବାବୁ ସଫେଇ ଦିଅନ୍ତି, ଆମର କ୍ଷମତା ନାହିଁ ଚଢ଼ାଉ କରିବାର ବୋଲି। ସରକାର ଙ୍କ ଟ୍ୟାକ୍ସ ଚୋରୀ କରି ବ୍ୟବସୟୀ ମାଲେ ମାଲ ହେଉଥିବା ବେଳେ ଜି.ଏସ୍.ଟି ରେ ସରକାର ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ହରାଉଛନ୍ତି। ଆସିକା ବାଣିଜ୍ୟକର ବିଭାଗ କୋମାର ଥିବା ଚର୍ଚ୍ଚା ର ବିଷୟ ହୋଇଛି। ଏବେବି ବହୁ ବ୍ୟବସାୟ ପ୍ରତିଷ୍ଠାନ ବିନା ପଞ୍ଜିକୃତରେ ଚାଲିଛି। ଜିଲ୍ଲା ବାଣିଜ୍ୟକର ବିଭାଗ ଅଚାନକ ଆସିକା ଅଞ୍ଚଳକୁ ଆସି ଟ୍ୟାକ୍ସ ଚୋରୀ କରୁଥିବା ଓ ସ୍ୱଳ୍ପ ବ୍ୟବସାୟ ହେଉଥିବା ଦର୍ଶାଉଥିବା ବ୍ୟବସାୟୀ ମାନଙ୍କ ଗୁମର ଖୋଲିବ ବୋଲି ସଚେତନ ମହଲ ରେ ଦାବୀ ହେଉଛି।