ଡ୍ରେନେଜ ବ୍ୟବସ୍ଥା ରେ ତ୍ରୁଟି ଯୋଗୁଁ ଉମରକୋଟ ପୌରାଞ୍ଚଳ ରେ କୁତ୍ରିମ ବନ୍ୟା ….!

youtube

ଉମରକୋଟ:ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ସଦର ଆଜି ସକାଳୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଉମରକୋଟ ପୌରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳ ବନ୍ୟା ଭଳି ପରିସ୍ଥିତି ଉପୁଜିଛି।ପୌରାଞ୍ଚଳରେ ବର୍ଷା ପାଣି ସହିତ ନର୍ଦ୍ଧମା ମିଶ୍ରିତ ଦୁଷିତ ପାଣି ଘର ମଧ୍ୟ କୁ ପ୍ରବେଶ କରିବାରୁ ଗରିବ ଓ ଦିନମଜୁରିଆ ପରିବାରଗୁଡ଼ିକ ବହୁତ ସମସ୍ୟାରେ ପଡ଼ିଛନ୍ତି।pସକାଳ ଠାରୁ ଅବିରତ ବର୍ଷାରେ ଶିବାଜୀ ନଗର, ଗୁଲିପାଟଣାର ଅକ୍ସଫୋର୍ଡ କଲୋନୀ ଓ ଡିଏନକେ ଅଞ୍ଚଳରେ ତଳିଆ ସାହି ଗୁଡିକରେ ପୂର୍ଣ୍ଣରୂପେ ପାଣିରେ ଡୁବିଯାଇଛି। ଘରେ ପାଣି ପଶିଯିବାରୁ ଅନେକ ପରିବାର ବାସସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଖଟିଖିଆ ଓ ଗରିବ ପରିବାରମାନଙ୍କର ଘରୋଇ ସାମଗ୍ରୀ, ଖାଦ୍ୟବସ୍ତୁ ଓ ଛୋଟ ପିଲାମାନଙ୍କ ସାମଗ୍ରୀ ପାଣିରେ ନଷ୍ଟ ହୋଇଯାଇ ଥିବା ଚିତ୍ର ଦେଖିବାକୁ ମିଳିଛି।ସୂଚନାରୁ ଥାଉ କି ଏକ ପରିବାରକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।ବର୍ଷାର ପାଣି ଖାଲି ପଡ଼ିଥିବା ନାଳ ନର୍ଦମା ଭରି ଯିବାରୁ ସହରର ପ୍ରାୟ ସମସ୍ତ ଅଞ୍ଚଳରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ପୌରାଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।ପ୍ରତିବର୍ଷ ବର୍ଷା ଆରମ୍ଭ ପୂର୍ବରୁ ନାଳ ସଫେଇ କାମ ଯଦି କରାଯାଇଥାନ୍ତା, ତେବେ ଏପରି ଦୁର୍ଦଶା ସୃଷ୍ଟି ହେଇ ନ ଥାନ୍ତା। ପାଣି ପ୍ରବାହିତ ହେବାର ମୁଖ୍ୟ ଜଳ ନିଷ୍କାସନ ପଥ ବନ୍ଦ ହୋଇଥିବାରୁ ଘରେ ପାଣି ପ୍ରବେଶ ହେବା ଫଳରେ ଲୋକେ ଜଳ ବନ୍ଦୀ ହୋଇ ରହିଛନ୍ତି। ପ୍ରଶାସନ ପାଇଁ ଅଜି ଲୋକେ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ସାଙ୍ଗକୁ ଜଳ ବନ୍ଦୀ ହୋଇ ଘରୁ ବାହାରି ପାରୁନାହାନ୍ତି।

Leave A Reply

Your email address will not be published.