ବିଧାନସଭାରେ ଶୀତଳ ଭଣ୍ଡାର ତାତି

add-all

ଭୁବନେଶ୍ୱର : ବିଧାନସଭାରେ ଶୀତଳ ଭଣ୍ଡାର ତାତି।  ଶୀତଳ ଭଣ୍ଡାର ନିର୍ମାଣକୁ ନେଇ ଦୁଇ ରାଜା ମୁହାମୁହିଁ।  ଯେଉଁ ସରକାର ସାର ଯୋଗାଇ ପାରିଲେନି, ଶୀତଳଭଣ୍ଡାର କେମିତି କରିବେ କହିଲେ ବୋଲି ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଏହାର ଜବାବ ରଖି ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।  ସେ କହିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବା ବେଳେ ତ ଶୀତଳ ଭଣ୍ଡାର କଲେ ନାହିଁ ।  ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି ।

ଆମ ସରକାର ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଇଛୁ। ହେଲେ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି। ସାର ଆନ୍ଦୋଳନ ଯେଉଁଠି ହେଉଛି କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି। ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ, ଆମେ କରିକି ଦେଖାଇବୁ। ସବୁ ସବଡ଼ିଭିଜନରେ ଶୀତଳ ଭଣ୍ଡାର କରିବୁ ବୋଲି ଗୃହକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ad-week
Leave A Reply

Your email address will not be published.