ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

youtube

ରାଉରକେଲା: ଟ୍ରେନ ଧକ୍କାରେ ଗଲା ଦୁଇ ଭାଇଙ୍କ ଜୀବନ । ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଟ୍ରେନ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସ୍ଥାନୀୟ ହରିପୁର ବସ୍ତିର ବୋଲି ସୂଚନା ମିଳିଛି । ରେଳ ଲାଇନ ପାର ହେଲା ବେଳେ ଧକ୍କା ଦେଇଥିଲା ବୀରମିତ୍ରପୁର ପାସେଞ୍ଜର ଟ୍ରେନ। ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହ ରଖାଯାଇଛି । ଘଟଣାର ତଦନ୍ତ କରୁଛି ରାଉରକେଲା ଜିଆରପି ।

ସୂଚନା ଥାଉକି, ମଙ୍ଗଳବାର ରାତିରେ ଦୁଇ ଭାଇ ହାତ ଧରା ଧରି ହୋଇ ପାର ହେଉଥିଲେ ରେଳ ଧାରଣା । ଠିକ୍ ଏହି ସମୟରେ ଧକ୍କା ଦେଇଥିଲା ପାସେଞ୍ଜର ଟ୍ରେନ୍ । ଘଟଣା ସ୍ଥଳରେ ହିଁ ୨ ଭାଇଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ରାଉରକେଲା ରେଳବାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।  ଅନ୍ୟ ପଟେ ଦୁଇ ଭାଇଙ୍କ ମର ଶରୀର ରାଉରକେଲା ସରକାରୀ ଡାକ୍ତରଖାନାର ଶବ ଗୃହରେ ରଖାଯାଇଛି ।  ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.