ମାଛ ଧରିବା ବେଳେ ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ଜାଲରେ

youtube

ପୁରୀ : ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ।  ୩୦ କିିଲୋଗ୍ରାମରୁ ଅଧିକ ଓଜନର ୨ଫୁଟ ଅଷ୍ଟଧାତୁରେ ନିର୍ମିତ ଆସ୍ଥାନ ଉପରେ ଅଛି ଏହି ମୂର୍ତ୍ତି । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି । ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।  ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି ।  କିଏ କେଉଁଠୁ ଆଣି ଚୋରିକରି ଫିଙ୍ଗିଥିବା ଭାବି ପୋଲିସକୁ ଖବର ଦେଇଥିଲେ ।

ବେଲଦଳ ଗାଁର ପ୍ରକାଶ ଚନ୍ଦ୍ର ସ୍ୱାଇଁ ନୂଆନଇ ବ୍ରିଜ ତଳେ ମାଛ ଧରୁଥିଲା ବେଳେ ଜାଲରେ ପଡିଥିଲା ଅଷ୍ଟଧାତୁରେ ନିର୍ମିତ ଶିବ ପାର୍ବତୀଙ୍କ ଅସ୍ଥାନ ।  ଅଷ୍ଟଧାତୁ ରେ ନିର୍ମିତ ଶିବ ପ୍ରାର୍ବତୀ ଅସ୍ଥାନରେ ଲେଖା ଯାଇଛି ବାବା ବାନାମ୍ବରେଶ୍ଵର ।  ଏନେଇ ପ୍ରକାଶ ଚନ୍ଦ୍ର ସ୍ବାଇଁ ପୁରୀ ସଦର ଥାନାରେ ଖବର ଦେଲା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୂର୍ତ୍ତିକୁ ଜବତ କଲା ପରେ ଏହା କିପରି ଆସିଲା ତାର ତଦନ୍ତ ଚାଲିଛି ।

Leave A Reply

Your email address will not be published.