ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର, ନିଶା ଖାଇବା ପାଇଁ ଟଙ୍କା ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

youtube

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର । ରାଜଧାନୀର ସହୀଦନଗର‌ ଥାନା ତାରିଣୀ ବସ୍ତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ ।  ନିଶା ଖାଇବାକୁ ମାଗିଲେ ଟଙ୍କା ନ ଦେବାରୁ ଏପରି ଆକ୍ରମଣ କରିଥିବା ସୂଚନା ମିଳିଛି ।  ଗୁରୁତର ଥିବା ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ଆହାତ ହୋଇଥିବା ଯୁବକ ଜଣଙ୍କ ପୁର୍ବରୁ ମଧ୍ୟ ନିଶା କରୁଥିଲେ ।   କିଛି ଦିନ ହେବ ସେ ନିଶା ଛାଡ଼ି ଦେଇଥିଲେ। ତେବେ ତାରିଣୀ  ବସ୍ତି ନିକଟରେ କିଛି ଦୁର୍ବୃତ୍ତ ଦେଖା ହୋଇ ନିଶା ସେବନ ପାଇଁ ଡାକିଥିଲେ। ଟଙ୍କା ମଧ୍ୟ ମାଗିଥିଲେ ରାଜି ନ ହେବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି   ।  ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିକୁ ଯାଇଥିଲେ । ଦୀର୍ଘ ଏକ ଘଣ୍ଟା ପରେ ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.