ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ! ସମ୍ପର୍କୀୟ -ପୋଲିସ ମୁହାଁମୁହିଁ

youtube

ନୟାଗଡ଼ : ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଅଭିଯୋଗରେ ସମ୍ପର୍କୀୟ -ପୋଲିସ ମୁହାଁମୁହିଁ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଅନ୍ୟତ୍ର ପୋଲିଓ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲା।

ଗତକାଲି ରାତିରେ ସଂପର୍କୀୟମାନେ ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଆଣିଥିଲେ । ହେଲେ ଶିଶୁ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ । ପରେ ସକାଳୁ ଅସୁସ୍ଥ ହୋଇପଡ଼ିଥିଲା ଶିଶୁ ପୁତ୍ର । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏହାର ପ୍ରତିବାଦରେ ମେଡିକାଲ ଗେଟରେ ତାଲା ପକାଇ ପ୍ରତିବାଦ ବେଳେ ପୋଲିସ -ଶିଶୁପୁତ୍ରର ସମ୍ପର୍କୀୟ ମୁହାଁମୁହିଁ ହୋଇଥିଲେ । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

Leave A Reply

Your email address will not be published.