
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ହାପୁର ଜିଲ୍ଲାରେ ଏକ ଅଜବ ଘଟଣା ନଜରକୁ ଆସିଛି । ଜଣେ ଗୁରୁତର ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପେଟରୁ ଡର୍ଜନ ଚାମଚ,ଟୁଥ୍ ବ୍ରସ,ଓ କଲମ ବାହାର କରାଯାଇଛି । ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ତାଙ୍କର ପରୀକ୍ଷା ପରେ ସତ କଥା ଜଣା ପଡିଥିଲା । ସତ ଜାଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ ଅସ୍ତ୍ରାପଚାର କରି ତାଙ୍କ ପେଟରୁ ଏହି ସବୁ ସାମଗ୍ରୀ ବାହାର କରାଯାଇଥିଲା ।
ଏହି ବ୍ୟକ୍ତିଙ୍କ ନାମ ହେଉଛି ସଚିନ । ସେ ନିଶାର ଆକ୍ରାନ୍ତ ଥିଲେ । ଯାହା ଫଳର ତାଙ୍କ ପରିବାର ଲୋକେ ତାଙ୍କୁ ନିଶା କେନ୍ଦ୍ରକୁ ପଠାଇ ଦେଇଥିଲେ । ଏଦି ଘଟଣାର ସେ ରାଗି ଯାଇ ଷ୍ଟିଲ ଚାମଚ,ଟୁଥ ବ୍ରସ ଏବଂକଲମ ଖାଇବା ଆରମ୍ଭ କରି ଦେଇଥିଲେ । କିଛି ଦିନ ପରେ ସଚିନଙ୍କ ଦହ ଖରାପ ହୋଇ ଯାଇଥିଲା । ଯାହା ଦ୍ୱାରା ତାଙ୍କୁ ଅସ୍ତ୍ରପଚାର କରିବାକୁ ପଡିଥିଲା ।
ଯେତେ ବେଳେ ତାଙ୍କୁ ହାପୁରର ଏକ ହସ୍ପିଟାଲର ଡାକ୍ତର ଶାମ କୁମାର ସଚିନଙ୍କୁ ପରୀକ୍ଷା କରିଥିଲ । ସେହି ସମୟର ତାଙ୍କ ପେଟ ଭିତର ଥିବା ବହୁତ ପରିମାଣର ଧାତୁ ବସ୍ତୁ ଥିବା ଦେଖି ସେ ଚକିତ ହୋଇଯାଇଥିଲେ । ଏହି ଘଟଣାରେ ଡାକ୍ତରଙ୍କ ଏକ ଟିମ ସଚିନଙ୍କ ପେଟ ଭିତରୁ ୨୯ ଟି ଷ୍ଟିଲ ଚାମଚ,୧୯ ଟି ଟୁଥ୍ ବ୍ରସ,ଏବଂ ୨ ଟି କଲମ ବାହାର କରି ବାରେ ସଫଳ ହୋଇଥିଲେ ।
ଡାକ୍ତରଙ୍କ ସୂଚନା ଅନୁସାରେ ସଚିନ ଏବେ ସୁସ୍ଥ ଅଛନ୍ତି । ସାଧାରଣତଃ ମାନସୀକ ବିକାର ଗସ୍ତ ରୋଗୀଙ୍କ ଠାର ଏଭଳି ଲକ୍ଷଣ ଦଖାଯାଇଥାଏ । ସୁସ୍ଥତା ପରେ ସଚିନଙ୍କୁ ତାଙ୍କ ଘରକୁ ପଠାଇ ଦିଆ ଯାଇଛି ।