ରସିକିଆ ସ୍ବାମୀଙ୍କ ନାଁର ଅଭିଯୋଗ, ମିଛ କହି ଝିଅଙ୍କୁ ନେଇ ଯାଉଥିଲେ ଥାଇଲାଣ୍ଡ ଓ ଦୁବାଇ

youtube

ମଧ୍ୟପ୍ରଦେଶ : ସ୍ବାମୀଙ୍କ ରସିକିଆ ପଣ,ପ୍ରଶାସନିକ ପଦବୀରେ ରହି ପଦବୀର ଅପ ବ୍ୟବହାର,ଲାଞ୍ଚ,ପରକୀୟା ପ୍ରୀତି,ଅନଧୀକାର ବିଦେଶ ଯାତ୍ରା,ଏମିତି କିଛି ଅଭିଯୋଗ ଆଣିଛନ୍ତି ଭୋପାଳର ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ।  ଏକ ସାଧାରଣ ଶୁଣାଣୀର ତବସୁମ ବାନୋ ନିଜ ସ୍ବାମୀଙ୍କ ଦୁଷ୍କର୍ମ ବିଷୟରେ ଅଧିକାରୀ ମାନଙ୍କ ଆଗରେ ଗୁମର ଫିଟାଇଥିଲେ ଯାହା ଶୁଣି ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲ । ଏମିତିକି ତାଙ୍କ ସ୍ୱାମୀଙ୍କ ପାଖର ସେ ସୁରକ୍ଷିତ ନଥିବା କହିଥିଲେ ।

ଉଜ୍ଜୟନୀର ଏକ ସାର୍ବଜନୀନ ଶୁଣାଣୀର ଏସଡିଏମ ଗର୍ଗଙ୍କ ନିକଟର ତବସୁମ ବାନୋ ନିଜ ସ୍ବାମୀଙ୍କ ବିରଧର ଅନେକ ପ୍ରମାଣ ଦାଖଲ କରିଥିଲେ । ଯେଉଁଥିରେ ସେ କହିଥିଲେ ତାଙ୍କ ସ୍ୱାମୀ ତାଙ୍କୁ ଧମକ ଦେଇଛନ୍ତି । କିନ୍ତୁ ଏନେଇ ତାଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ହେଉନାହିଁ ।

ସେପ୍ଟେମ୍ବର ୨୦୨୪ର ମନସୁରୀ ଉଜ୍ଜୟିନୀ ଏସଡିଏମ ଥିଲେ । ଯେତେବେଳେ ଲୋକାୟୁକ୍ତ ତାଙ୍କ ବିରୁଦ୍ଧରେ ଲାଞ୍ଚ ଗ୍ରହଣ କରିବା ପାଇଁ ଏକ ମାମଲା ଦାୟର କରିଥିଲେ । ଏହାର ତଦନ୍ତ ଜାରି ରହିଛି । ଏହାପରେ ମନସୁରୀଙ୍କୁ ଭୋପାଳକୁ ସ୍ଥାନାନ୍ତର କରାଯାଇଥିଲା ।  ସେ ଡେପୁଟି କଲେକ୍ଟର ଭାବରେ ବର୍ତମାନ କାମ କରୁଛନ୍ତି ।

ମନସୁରଙ୍କ ସ୍ତ୍ରୀ କହିଛନ୍ତି ୨୦୦୮ ର ସମାନଙ୍କର ବିବାହ ହୋଇଥିଲା ।  ତାଙ୍କ ସ୍ବାମୀ ସରକାରୀ ଚାକିରି କରିବା ସମୟର ବହୁତ ଟଙ୍କା ରୋଜଗାର କରିଥିଲେ ।  ଅଲଗା ଅଲଗା ସହରର ଘର,ଦୋକାନ ,ବଙ୍ଗଳା,ମହଙ୍କା କାର ,ଓ ପ୍ଲଟ କିଣିଥିଲେ । କେବଳ ଏତିକି ନୁହଁ ମନସୁରୀ ସରକାରଙ୍କୁ ନଜଣାଇ ନିଜର ବ୍ୟଭିଚାର ଏବଂ ଉପଭୋଗ ପାଇଁ ଥା ଇଲାଣ୍ଡ,ଇରାକ,ଦୁବାଇ,କୁ ବିଦଶ ଯାତ୍ରା କରିଛନ୍ତି ।

ମନସୁରୀଙ୍କ କାର୍ଯ୍ୟକାଳ ଏବଂ ପାସୋର୍ଟକୁ ତଦନ୍ତ କଲେ ସବୁ ସତ ପଦାକୁ ଆସିବ ବୋଲି ସ୍ତ୍ରୀ କହିଛନ୍ତି । ନିଜ ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲ ସ୍ତ୍ରୀ । ଯାହାକି ସେମାନଙ୍କ ବିବାଦର କାରଣ ହୋଇଥିଲା । ୨୦୨୩ ମସିହାର ସ୍ତ୍ରୀ ସ୍ବାମୀଙ୍କୁ ଛାଡି ନିଜ ବାପ ଘରକୁ ୟୁପି ପଳେଇ ଆସିଥିଲେ । କିନ୍ତୁ ମନସୁରୀ ନିଜ ସ୍ତ୍ରୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ ।

ତବସୁବ ତାଙ୍କ ସହ ହୋଇଥିବା ଅନ୍ୟାୟ ଓ ଫୋଟ ସହିତ ଭିଡିଓ ମଧ୍ୟ ଅଧିକାରୀଙ୍କୁ ଦେଖାଇଥିଲେ । ମନସୁରୀ ନିଜ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକଙ୍କ ଉପର ମିଛ କେସ କରିଛନ୍ତି । ଯାହା କାରଣରୁ ମାମଲା ଏବେ ବି ଜାମିନରେ ଅଛି । ଏହି ସମ୍ପର୍କରେ ମହିଳା କିମ୍ବା ତାଙ୍କ ପରିବାର ଲୋକଙ୍କୁ ପୋଲିସ କିଛି ସାହାଯ୍ୟ କରୁନଥିବା କହିଛନ୍ତି ।

Leave A Reply

Your email address will not be published.