ଆସିକା ପୋଲିସ ପକ୍ଷରୁ ନଳବଣ୍ଟା ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ଜଣେ ଗିରଫ…

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ରୂପେ ପରିଚିତ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ଗଞ୍ଜାମ ଏ.ସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ବିପୁଳ ପରିମାଣର ବେଆଇନ ବାଣ କାରଖାନା ଉପରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ। ଲକ୍ଷାଧିକ ଟଙ୍କାର ବାଣ ଜବତ ଜଣେ ଗିରଫ ଦୁଇଟି ଅଟୋକୁ ଜବତ କରାଯାଇଛି। ଏହି ଚଢ଼ାଉ ରେ ଆସିକା ଏସ.ଡ଼ି. ପି.ଓ ସନ୍ତୋଷ ଜେନାଙ୍କ ସ୍ୱତନ୍ତ୍ର ସ୍କ୍ୱାଡ଼ ରେ ଥାନା ଅଧିକାରୀ କୁଳମଣୀ ସେଠି ଙ୍କ ସମେତ ଏକ ପ୍ଲାଟୁନ ପୋଲିସଙ୍କ ମିଳିତ ଉଦ୍ୟମ ରେ ତିନୋଟି ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଥିଲେ। ଆଗକୁ ଯଦି ଏହି ପରି ଭାବେ ବେଆଇନ ବାଣ ପ୍ରସ୍ତୁତି ହେଲେ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ କୁଳମଣି ସେଠି ପ୍ରକାଶ କରିଛନ୍ତି। ଜୀବନକୁ ବାଜୀ ଲଗାଇ ନଳବଣ୍ଟା ଗ୍ରାମରେ ବାଣ ପ୍ରସ୍ତୁତି ବୋଲି ନିସର୍ତ୍ତ ରେ ଗତ ୧୩ ତାରିଖ ଦିନ ଖବର ପ୍ରକାଶ ହୋଇଥିଲା। ଏହି ଚଢ଼ାଉ ପରେ ନଳବଣ୍ଟା ଗ୍ରାମରେ କୋକୁଆ ଭୟର ବାତାବରଣ ଦେଖାଦେଇଛି।

ad-week
Leave A Reply

Your email address will not be published.