ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗର ଅଜବ ନିତୀ : ବିଭାଗୀୟ ଅଧିକାରୀ ନିର୍ଣ୍ଣୟ କରିବେ ନିଶା ମାଫିଆର ଓକିଲ…!

add-all

ସୁପାରିଶ ଓକିଲ ବିନା ପାଇବେନି ସାହାଯ୍ୟ..!


ନିଶା ବ୍ୟବସାୟ ର ଧରପଗଡ ଧର୍ମକୁ ଆଖିଠାର ….!

ଆଇନ ସହ ବି ଖେଳ ଚାଲିଛି ବୋଲି ଅଭିଯୋଗ ଆଣିଲେ ଆଇନ ଜିବୀ ….!.

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅବକାରୀ ବାବୁ ମାନେ ଦଶହରା ପର୍ବକୁ ଆଖି ଆଗରେ ରଖି ଚଢ଼ାଉ ଜୋର ଦାର କରୁଥିବା ଦେଖିବାକୁ ମିଳୁଛି। ମଦ ମାଫିଆ ମାନଙ୍କ ଇସାରାରେ ଛୋଟ ମୋଟ କୋଚିଆ ମାନଙ୍କୁ ଧରି ଅବକାରୀ ବାବୁ ମାନେ ବାଃ ବାଃ ନେଉଛନ୍ତି। ଅବକାରୀ ବିଭାଗ ଚଢ଼ାଉ କରି ଧରିଲେ ଲାଭ କେଶରୁ ମୁକୁଳିବା ପାଇଁ ନିର୍ଦ୍ଧିଷ୍ଟ କିଛି ଆଇନ ଜୀବିଙ୍କୁ କେଶ ଦେଲେ ଅଦାଲତକୁ ମୁଦୁଲା ର ସମସ୍ତ ନଥିପତ୍ର ସଙ୍ଗେ ସଙ୍ଗେ ଦିଆଯାଉଥିବା ଚର୍ଚ୍ଚା ହୋଇ ଆସୁଛି। ଯେମିତି ମୁଦୁଲା କୁ ଆଇନ ଜାଲରୁ ଖସିବାର ବାଟ ତିଆରି ହୁଏ ବୋଲି ବାହାରେ ଆଲୋଚନା ହେଉଛି। ୟେତ ଗଲା ଧରପଗଡ଼ ପରେ ମୁକୁଳିବାର ବାଟ। ଅଧିକାଂଶ କରି ଅବକାରୀ ବାବୁ ମାନେ ଜବତ ସାମଗ୍ରୀ କୁ ସାଇଲେନ୍ସ ପ୍ଲିଜ ପରେ ନିଜ ମର୍ଜିରେ ଅଦାଲତ କୁ ଜବତ ସାମଗ୍ରୀ ଦର୍ଶାଉ ଥିବା ନେଇ ମଧ୍ୟ ଅଭିଯୋଗ ହୁଏ। ଗଞ୍ଜାମ ଜିଲ୍ଲାର ବାବୁ ମାନେ ନିଶରେ ଗୁଆ ଘିଅ ମାରି ମାଫିଆ ମାନଙ୍କ ସହ ସମଝୋତା କରି ଜଣେ ଜଣେ କୁବେର ହୋଇଥିବା ଚର୍ଚ୍ଚା ର ବିଷୟ ପାଳିଲଟିଛି। ବହୁ ମାମଲା ବାବୁ ମାନଙ୍କ ଇସାରାରେ ରଫା ଦଫା ହେଉଥିବା ଯୋଗୁଁ ଚୋରା ମଦ ଓ ଗଞ୍ଜେଇ କାରବାର ରେ ଲଗାମ ଲାଗୁନାହିଁ ବୋଲି ଆଲୋଚନା ହେଉଛି। ମୁଖ୍ୟତଃ ଏଣ୍ଡିପି ଏସ କେସ ପାଇଁ ରେଳ ବିଭାଗ ପୋଲିସ, ଅବକାରୀ ବିଭାଗ ଏବଂ ଭିଜିଲାନ୍ସ ବିଭାଗ ଭିତରେ ହୋଇଛି ଚୁକ୍ତି ନାମା ଯାହା ଫଳରେ ଗଞ୍ଜେଇ ଚୋରା ଚାଲାଣ ରେ ଗିରଫ ହୋଇଥିବା ବ୍ୟକ୍ତି ତାର ପରିବାର ଲୋକ ନିଜ ଇଛା ରେ ଓକିଲ ଦେଇ ନପାରି ଅନେକ ସମସ୍ୟାରେ ପଡୁଛନ୍ତି ବୋଲି ଅଭିଯୋଗ ଆସୁଛି l କିଛି ନିର୍ଦ୍ଧିଷ୍ଟ ଓକିଲ ପୋଲିସ ଏବଂ ଅବକାରୀ ବିଭାଗ ର ଏଜେଣ୍ଟ ହୋଇଛନ୍ତି ବୋଲି ଓକିଲ ସଂଘ ଏକ ଲିଖିତ ଅଭିଯୋଗ ମୁଖ୍ୟମନ୍ତ୍ରୀ ଏବଂ ଅବକାରୀ ବିଭାଗ କୁ ଦେଇଥିବା ବି ଖବର ଆସିଛି l ଓକିଲ ଜରିଆରେ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ମାନେ ଏନ ଡି ପି ଏସ କେସ ରେ ଧରା ପଡ଼ିଥିବା ମୁଦାଲା ଠାରୁ ଲକ୍ଷ୍ ଲକ୍ଷ ଟଙ୍କା ପାଇଁ ଥାନ୍ତି ବୋଲି କଥା ହାଟରୁ ଆସି ଦାଣ୍ଡରେ ଗଡୁଛି l ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ସବୁ ଜାଣି ଅଭିଯୋଗ ପରେ ବି ନୀରବ l ଗଞ୍ଜାମ ଜିଲ୍ଲା ରେ ଅବକାରୀ ବିଭାଗ ବାବୁ ମାନେ ଜଣେ ଜଣେ କୁବେର ଜିଲ୍ଲା ଭିଜିଲାନ୍ସ ବିଭାଗ ବଟି ନେଇ କୋମାରେ ବୋଲି ସାଧାରଣ ରେ ଚର୍ଚ୍ଚା l ଓକିଲ ମାନଙ୍କ ଅଭିଯୋଗ ପରେ ବି ବାବୁ କିମ୍ବା ରାଜ୍ୟ ସରକାର ଙ୍କ ଚେତା ପସିନି ଆଗାମୀ ଦିନରେ ଓକିଲ ମାନେ ଅବକାରୀ ବିଭାଗ ବିରୋଧ ରେ ରାଜ ରାସ୍ତା କୁ ଓଲ୍ହାଇ ବାକୁ ଚେତାବନୀ ଦେଇଛନ୍ତି l

ad-week
Leave A Reply

Your email address will not be published.